ରିଲ୍ସ ପାଇଁ ଛାତ୍ରଙ୍କ ଦୁଃସାହାସିକ କାରନାମା, ଭାଇରାଲ୍ ହେଉଛି ଭିଡିଓ
ରିଲ୍ସ ଭିଡିଓ ପାଇଁ ଛାତ୍ରଙ୍କ ଦୁଃସାହାସିକ କାରନାମା । ଆଜବେଷ୍ଟସ ଛାତ ଉପରକୁ ଡିଆଁ ମାରିଲେ । ତଳେ ପଡ଼ି ଲହୁ ଲୁହାଣ ହେଲେ । ଏହି ଦୃଶ୍ୟ ନବରଙ୍ଗପୁର ଏକ୍ସ ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ।

ଉମରକୋଟ(କେନ୍ୟୁଜ୍): ରିଲ୍ସ ଭିଡିଓ ପାଇଁ ଛାତ୍ରଙ୍କ ଦୁଃସାହାସିକ କାରନାମା । ଆଜବେଷ୍ଟସ ଛାତ ଉପରକୁ ଡିଆଁ ମାରିଲେ । ତଳେ ପଡ଼ି ଲହୁ ଲୁହାଣ ହେଲେ । ଏହି ଦୃଶ୍ୟ ନବରଙ୍ଗପୁର ଏକ୍ସ ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର । ରିଲ୍ସ ବନେଇବା ନିଶାରେ ଜଣେ ଛାତ୍ର ବିଲଡିଂ ଛାତ ଉପରୁ ଦୌଡ଼ି ପାଖରେ ଥିବା ଆଜବେଷ୍ଟସ ଛାତ ଉପରକୁ ଡିଆଁ ମାରିଥିଲେ । ଆଉ କିଛି ଛାତ୍ର ଏହାର ଭିଡିଓ କରିଥିଲେ । ଆଜବେଷ୍ଟସ ଭାଙ୍ଗି ତଳେ ଖସି ପଡିଥିଲେ ଛାତ୍ର । ଆହତ ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ୭ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ରିଲ୍ସ ଭିଡିଓ କରିବାରେ କିଛି ବାହାର ସ୍କୁଲର କିଛି ପିଲା ସାମିଲ ଥିବା କୁହାଯାଇଛି ।
ଏମିତି ଥିଲା ଘଟଣା:
ସୂଚନା ଥାଉକି, ଗତ ୧୪ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ। ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ରାସ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍ କରିଥିଲେ। ଉକ୍ତ ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା। ଏହି ଖବର ପ୍ରଚାର ହେବା ପରେ ପ୍ରଧାନଶିକ୍ଷକ ସୁସଙ୍କର ମିସ୍ତ୍ରୀ ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଥିଲେ।
ଅପରପକ୍ଷରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବା ଜାଣିପାରି ଅବିଭାବକ ମାନେ ବିଦ୍ୟାଳୟରେ ପହଂଚି ପ୍ରଧାନଶିକ୍ଷକଙ୍କ ନିକଟରେ ନିଜ ନିଜ ପିଲାଙ୍କ ଭୁଲ୍ ସ୍ବୀକାର କରିବା ସହିତ ଅତ୍ୟନ୍ତ ପରୀକ୍ଷା ଦେବା ପର୍ଯ୍ୟନ୍ତ ପିଲାମାନଙ୍କୁ ବାହାର ନ କରିବାକୁ ଅନୁରୋଧ କରିଥିଲେ।ପରେ ଏକ ବୈଠକରେ ସମସ୍ତଙ୍କୁ ଡକାଇ ସମାଧାନ ହେବା ପରେ ପିଲାମାନଙ୍କୁ ସ୍କୁଲରେ ରହିବାକୁ ନିଷ୍ପତି ନିଆଯାଇଥିଲା l
ତେବେ ଏମିତି ଦୁଃସାହାସିକ ଷ୍ଟଣ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏପରି ବିପଜ୍ଜନକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ଜୀବନ ନେଇପାରେ । ତେଣୁ ଏଭଳି ବିପଦଜନକ ଷ୍ଟଣ୍ଟରୁ ଦୂରେଇ ରହିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛି ।