Below header

ବିବାଦୀୟ ମନ୍ତବ୍ୟ ପଡିଲା ମହଙ୍ଗା : BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦ ଜୟ ଶାହଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହ ।

ଇସ୍ତଫା ଦେଲେ ଚେତନ ଶର୍ମା । BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦ ଜୟ ଶାହଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହ ।

ଷ୍ଟିଂ ଅପରେସନ୍‌ରେ ଫସିଥିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା । ଖୋଲି ଦେଇଥିଲେ ଭାରତୀୟ କ୍ରିକେଟ ଟିମର ଅନେକ ରାଜ୍‌ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖେଳାଳିଙ୍କ ଫିଟନେସ୍‌ଠାରୁ ଆରମ୍ଭ କରି ଟିମ୍‌ ଚୟନ ପୁଣି ଅଧିନାୟକ ଓ କୋଚଙ୍କ ଭିତରେ ମନୋମାଳିନ୍ୟର ବହୁ ଗୁମର ଫିଟାଇଥିଲେ ଚେତନ ଶର୍ମା । ସେ କହିଥିଲେ, ଭାରତୀୟ କ୍ରିକେଟର ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ପାଇଁ ପେନ୍‌ କିଲର୍‌ ଇଞ୍ଜେକସନ୍‌ ନିଅନ୍ତି । ଖେଳାଳି ଚୟନ ପୂର୍ବରୁ ୮୦-୮୫ ପ୍ରତିଶତ ଫିଟ୍‌ ଥିଲେ ବି କ୍ରିକେଟର ନେଉଛନ୍ତି ଇଞ୍ଜେକସନ୍‌ । ତାରକା ଖେଳାଳି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଏନସିଏ ସେମାନଙ୍କୁ ଗ୍ରୀନ୍‌ ସିଗନାଲ୍‌ ଦେଇଥାଏ ।

ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି କହିଛନ୍ତି ଚେତନ ଶର୍ମା । ସେହିପରି ବିରାଟ କୋହଲି, ରୋହିତ ଶର୍ମା ଓ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଉପରେ ବି ମତ ରଖିଛନ୍ତି । ଚେତନ କହିଛନ୍ତି, ୨୦୨୧ ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ । ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି । ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା । ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ । କିନ୍ତୁ ପରସ୍ପର ପ୍ରତି ଇର୍ଷା ଓ ଅହଙ୍କାର ଭାବ ରହିଛି । ସେ ଆହୁରି କହିଥିଲେ, କୋହଲି ଓ ଗାଙ୍ଗଲିଙ୍କ ଭିତରେ ଇର୍ଷା ଯୋଗୁ ଫାଟ ସୃଷ୍ଟି ହୋଇଥିଲା । ତେଚନ ଶର୍ମାଙ୍କ ଷ୍ଟିଂ ଅପରେସନ୍‌ର ଖୁଲାସା ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କାଠଗଡ଼ାକୁ ଟଣା ହୋଇଥିଲା ଭାରତୀୟ କ୍ରିକେଟ ବୋର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.