ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟିଲା ବାଇକ, ଜଣେ ମୃତ

ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ସିଙ୍ଗାରି ଛକ ନିକଟରେ ସଡକ ଦୁର୍ଘଟଣା । ଜଣେ ମୃତ

କଣ୍ଟାମାଳ (କେନ୍ୟୁଜ); ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ସିଙ୍ଗାରି ଛକ ନିକଟରେ ସଡକ ଦୁର୍ଘଟଣା । ଟାଇଞ୍ଜନର ରାସ୍ତା କଡରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଉଛନ୍ତି ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଆର୍ତ୍ତତ୍ରାଣ ବେହେରା ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ ଗତକାଲି ରାତିରେ କୌଣସି କାମରେ ନିଜ ବାଇକ ଓଡ଼ି 31,k 4925 ଯୋଗେ ଟାଇଞ୍ଜନ ଗ୍ରାମକୁ ଆସିଥିଲେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶୁକ୍ରବାର ସକାଳ ୭ ଟା ସମୟରେ ସ୍ଥାନୀୟ ଲୋକମାନେ ମୃତ ଯୁବକକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଉଁଶୁଣି ଥାନା ଏସ ଆଇ ଆର.ଏନ ପ୍ରଧାନ ପୋଲିସ ସଦଲବଳେ ପହଞ୍ଚି ଶବକୁ ଜବତ କରୀ ତଦନ୍ତ ଆରମ୍ଭ କରିଛନ୍ତି । ପରେ ଶବକୁ ଜବତ କରି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.