Below header

କାଲିଠୁ ରାଜ୍ୟରେ କମିବ ତାତି, ୨୧ରୁ ବଢିବ ବର୍ଷାର ବିସ୍ତୃତି

କେନ୍ୟୁଜ୍(ବ୍ୟୁରୋ): ଉପକୂଳରେ ମେଘୁଆ ପାଗ । ତାତିରେ ଲାଗିବ ବ୍ରେକ୍‌। କାଲିଠୁ ପ୍ରବଳ ଗ୍ରୀଷ୍ଣ ପ୍ରବାହରୁ ମିଳିବ ମୁକ୍ତି। ଦୁଇ ଦିନ ପର୍ଯ୍ୟନ୍ତ ୩ରୁ ୫ ଡିଗ୍ରୀ ତାତି କମିପାରେ। ଆଇଏମ୍‌ଡିର ପୂର୍ବାନୁମାନ, ଜୁନ୍‌ ୨୧ରୁ ବଢିବ ବର୍ଷାର ବିସ୍ତତି। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟରେ ସାମାନ୍ୟ ହ୍ରାସ ପାଇଛି ଗ୍ରୀଷ୍ମପ୍ରବାହ। ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁରରେ ୩୭.୬ଂ, ହୀରାକୁଦରେ ୩୭.୪ଂ ଓ ଚାନ୍ଦବାଲିରେ ପାରଦ ୩୬ ଡିଗ୍ରୀ ରେକର୍ଡ କରାଯାଇଛି। ଫଳରେ ପ୍ରବଳ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.