କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର

ଭାରତର ବ୍ଲୁ ସିଟି ଦେଖିବାକୁ ଖୁବ ଆକର୍ଷଣୀୟ । ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଏହି ସହର ବିଷୟରେ ଖୁବ କମ ଲୋକ ହିଁ ଜାଣିଛନ୍ତି ।

ବିବିଧତାର ଦେଶ ହେଉଛି ଭାରତ । ଏଠାରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ଭାରତର ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ଦେଖିବାକୁ ମିଳେ । ସେହିପରି ଭାରତର ପ୍ରତ୍ୟେକ ସହରର ବିଶେଷତା ରହିଛି, ଯେଉଁଥିପାଇଁ ଏହା ସମଗ୍ର ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରେ । ଆପଣ ପିଙ୍କ୍‌ ସିଟି ବିଷୟରେ ନିଶ୍ଚିତ ଶୁଣିଥିବେ । ଏହା ଭାରତର ଜୟପୁରରେ ଅବସ୍ଥିତ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ବ୍ଲୁ ସିଟି କୁହାଯାଉଥିବା ସହର ବିଷୟରେ କହିବାକୁ ଯାଉଛୁ । ଏହି ସହର ଦେଖିବାକୁ ଖୁବ ଆକର୍ଷଣୀୟ । ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଏହି ସହର ବିଷୟରେ ଖୁବ କମ ଲୋକ ହିଁ ଜାଣିଛନ୍ତି । ତେବେ ଯଦି ଆପଣ ଏହି ବ୍ଲୁ ସିଟି ବିଷୟରେ ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହି ସହର ବିଷୟରେ ଜଣାଇବୁ । ଯାହାକୁ ବ୍ଲୁ ସିଟି ଅଫ୍‌ ଇଣ୍ଡିଆ କୁହାଯାଏ ।

ଭାରତର ପିଙ୍କ ସିଟି, ଜୟପୁର ରାଜସ୍ଥାନରେ ଅବସ୍ଥିତ ଏହା ତ ଆପଣମାନେ ନିଶ୍ଚିତ ଜାଣିଥିବେ । ତେବେ ଭାରତର ବ୍ଲୁ ସିଟି ମଧ୍ୟ ଏହି ରାଜ୍ୟରେ ରହିଛି । ବ୍ଲୁ ସିଟି କୁହାଯାଉଥିବା ଏହି ସହରର ନାମ ଯୋଧପୁର । ଯୋଧପୁରକୁ ଭାରତର ବ୍ଲୁ ସିଟି ଅଫ ଇଣ୍ଡିଆ କୁହାଯାଏ । ଯୋଧପୁର, ରାଜସ୍ଥାନର ଏକ ସୁନ୍ଦର ସହର ଯାହା ନିଜ ରଙ୍ଗ ପାଇଁ ପ୍ରଶିଦ୍ଧ । ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଅଧିକ ଥାଏ । ଯୋଧପୁର ସୂର୍ଯ୍ୟନଗରୀ ଭାବେ ମଧ୍ୟ ଜଣା, କାରଣ ଦେଶର ଅନ୍ୟ ସ୍ଥାନ ତୁଳନାରେ ସୂର୍ଯ୍ୟ ଏଠାରେ ଅଧିକ ସମୟ ରହିଥାଏ ।

ଏହା କେତେ ବର୍ଷ ପୁରୁଣା
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୀଳ ସହର ଭାବେ ଜଣା ଥିବା ଏହି ସୁନ୍ଦର ସହର ପାଖାପାଖି ୫୫୮ ବର୍ଷ ପୂର୍ବରୁ ରାଓ ଯୋଦ୍ଧାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ରାଓ ଯୋଦ୍ଧା, ରାଠୋଡ଼ ସମାଜର ମୁଖ୍ୟ ଥିଲେ ଏବଂ ୧୪୫୯ ମସିହାରେ ସେ ଏହି ସହରର ଆବିଷ୍କାର କରିଥିଲେ । ତେବେ ରାଓ ଯୋଦ୍ଧା, ଯୋଧପୁରର ୧୫ତମ ରାଜା ଥିଲେ ।

ଏହି ସହରକୁ ବ୍ଲୁ ସିଟି କହିବାର କାରଣ କଣ ରହିଛି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ । ଯୋଧପୁରକୁ ବ୍ଲୁ ସିଟି କୁହାଯିବାର କାରଣ ହେଉଛି ଏଠାରେ ଥିବା ଘର । ଏହି ସହରରେ ଥିବା ସମସ୍ତ ଘର ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ଏପରିକି ପ୍ରାସାଦ ଗୁଡ଼ିକରେ ମଧ୍ୟ ନୀଳ ରଙ୍ଗର ପଥର ବ୍ୟବହାର କରାଯାଇଛି । ମରୁଭୂମି ମଧ୍ୟ ସ୍ଥଳରେ ଥିବା ଏହି ସହର ପୂର୍ବରୁ ମାରଓ୍ଵାଡ଼ ନାମରେ ମଧ୍ୟ ଜଣା ଥିଲା ।

ବିଶେଷଜ୍ଞ ମାନେ କହିଛନ୍ତି ଯେ, ଏଠାରେ ଥିବା ଘର ମାନଙ୍କର ରଙ୍ଗ ନୀଳ ହେବାର ମୁଖ୍ୟ କାରଣ ହେଉଛି ପ୍ରବଳ ଗରମ । ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଏଠାରେ ଥିବା ଘର ଗୁଡ଼ିକୁ ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ନୀଳ ରଙ୍ଗରେ ସୁନ୍ଦର ଦେଖାଯାଉଥିବା ଏହି ସହରର ସୌନ୍ଦର୍ଯ୍ୟ ଦେଖିବା ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ଆସିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.