ଟିକେଟ ବୁକିଙ୍ଗ କଲା ବେଳେ ଭୁଲ ତଥ୍ୟ ଦେଲେ ହୋଇପାରେ ଏହି ସମସ୍ୟା

ଟିକେଟ୍ ବୁକ୍‌ କରିବା ସମୟରେ ଯଦି ଆପଣ ଭୁଲ ବୟସ କିମ୍ବା ଜେଣ୍ଡର ଏଣ୍ଟର କରିଛନ୍ତି, ତେବେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । IRCTC ୱେବସାଇଟରେ ବୟସ କିମ୍ବା ଜେଣ୍ଡର ଚେଞ୍ଜ କରିବାର କୌଣସି ଅପ୍ସନ ନାହିଁ । ତେବେ ଆପଣ କାଉଣ୍ଟରକୁ ଯାଇ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ କରି ପାରିବେ ନାହିଁ । ଆପଣ ନିଜ ନାମ ଭୁଲ ଏଣ୍ଟର କରିଥିଲେ ଏହାକୁ ଠିକ କରି ପାରିବେ ନାହିଁ ।

ଇଣ୍ଟରନେଟ ଆସିବା ପରେ ଲୋକଙ୍କର ଅନେକ କାମ ସହଜ ହୋଇଛି । ପୂର୍ବରୁ ଏପରି ଅନେକ କାର୍ଯ୍ୟ ଥିଲା, ଯେଉଁଥିପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଥିଲା କିମ୍ବା ସାଇବର କାଫେକୁ ଯିବାକୁ ପଡୁଥିଲା । ଟ୍ରେନ୍ ଟିକେଟ୍ ବୁକିଂ କରିବାର ପ୍ରକ୍ରିୟା ମଧ୍ୟ ସମାନ ଥିଲା । କିନ୍ତୁ ସ୍ମାର୍ଟଫୋନ ଆସିବା ପରେ ସବୁକିଛି ଏତେ ସହଜ ହୋଇଯାଇଛି ଯେ ଲୋକମାନେ ବର୍ତ୍ତମାନ ନିଜେ ନିଜର ଟିକେଟ୍ ବୁକ୍ କରି ପାରୁଛନ୍ତି । ତେବେ ଭୁଲ କରିବା ମଣିଷର ପ୍ରକୃତି । ଏପରି ପରିସ୍ଥିତିରେ, ଟ୍ରେନ୍ ଟିକେଟ୍ ବୁକ୍‌ କରିବା ସମୟରେ ଯଦି କୌଣସି ସୂଚନା ଭୁଲ ଦିଅନ୍ତି, ତେବେ ଆପଣ ସେହି ଟିକେଟ୍ ରେ ଯାତ୍ରା କରିପାରିବେ ନାହିଁ । ଏପରି ପରିସ୍ଥିତିରେ, ଆପଣ କିପରି ସେହି ଭୁଲକୁ ଠିକ କରି ଯାତ୍ରା କରି ପାରିବେ ଆସନ୍ତୁ ଜାଣିବା ।

ଟିକେଟ୍ ବୁକ୍‌ କରିବା ସମୟରେ ଯଦି ଆପଣ ଭୁଲ ବୟସ କିମ୍ବା ଜେଣ୍ଡର ଏଣ୍ଟର କରିଛନ୍ତି, ତେବେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । IRCTC ୱେବସାଇଟରେ ବୟସ କିମ୍ବା ଜେଣ୍ଡର ଚେଞ୍ଜ କରିବାର କୌଣସି ଅପ୍ସନ ନାହିଁ । ତେବେ ଆପଣ କାଉଣ୍ଟରକୁ ଯାଇ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ କରି ପାରିବେ ନାହିଁ । ଆପଣ ନିଜ ନାମ ଭୁଲ ଏଣ୍ଟର କରିଥିଲେ ଏହାକୁ ଠିକ କରି ପାରିବେ ନାହିଁ । IRCTC ରେ ଏଭଳି କୌଣସି ସୁବିଧା ଦିଆଯାଇ ନାହିଁ, ଯାହା ଦ୍ୱାରା ଆପଣ ନାମ, ବୟସ କିମ୍ବା ଜେଣ୍ଡରରେ କୌଣସି ପରିବର୍ତ୍ତନ କରିପାରିବେ ।

ଠକେଇ ଏବଂ ଜାଲିଆତି ରୋକିବା ପାଇଁ IRCTC ତରଫରୁ ଏହା କରାଯାଇଛି । ଯଦି IRCTC ଏପରି ନିୟମ ନକରେ , ତେବେ ଆଉ କେହି ସେହି ଟିକେଟ୍ ରେ ଯାତ୍ରା କରିପାରିବେ । ତେଣୁ IRCTC ତରଫରୁ ଏଭଳି କୌଣସି ଭୁଲ ନହେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ଯଦି ଆପଣ ଟିକେଟ ବୁକ୍‌ କରିବା ସମୟରେ ନିଜ ନାମ, ବୟସ କିମ୍ବା ଜେଣ୍ଡର ଭୁଲ ଦେଇଛନ୍ତି, ତେବେ ଆପଣ ଏହାକୁ ଚେଞ୍ଜ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଟିକେଟ୍ କ୍ୟାନ୍ସଲ କରିବାକୁ ପଡିବ । ଟିକେଟ୍ କ୍ୟାନ୍ସଲ କରିବା ପରେ ଆପଣଙ୍କୁ ଏକ ନୂଆ ଟିକେଟ୍ ବୁକ୍ କରିବାକୁ ପଡିବ ।

ଆପଣ ନିଜ ସିଟ ବଞ୍ଚାଇବା ପାଇଁ ନିକଟସ୍ଥ ଷ୍ଟେସନକୁ ଯାଆନ୍ତୁ ଏବଂ ସେଠାରେ ଚିଫ ରିଜର୍ଭେସନ ସୁପରଭାଇଜର (CRS)ଙ୍କୁ ଦେଖା କରନ୍ତୁ । ଆପଣ କରିଥିବା ନିଜ ଭୁଲ ବିଷୟରେ ତାଙ୍କୁ ଜଣାନ୍ତୁ । ଯଦି CRS ଆପଣଙ୍କ ଟିକେଟ୍ ରେ ଷ୍ଟାମ୍ପ୍ ଦିଅନ୍ତି, ତେବେ ଆପଣ ସେହି ଟିକେଟରେ ଯାତ୍ରା କରି ପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ବୟସ ପ୍ରମାଣପତ୍ର ଆବଶ୍ୟକ ପଡ଼ିପାରେ । ଟ୍ରେନ୍ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଆପଣ ଏହା କରିବା ଉଚିତ୍ । ତେବେ ସୁପରଭାଇଜର ଆପଣଙ୍କ ଭୁଲ ଠିକ କରିବେ ବୋଲି କିଛି ଠିକ ନାହିଁ । ଏହା ବ୍ୟତୀତ, ଆପଣ ଟ୍ରେନରେ ଟିଟି କୁ ଭେଟି ସଠିକ୍ ID ଦେଖାଇ ସମସ୍ତ ସମସ୍ୟାକୁ ବୁଝାଇପାରିବେ । ଟିଟି ସମସ୍ତ ସମସ୍ୟାକୁ ବୁଝିବା ପରେ ସମ୍ଭବତଃ ସେହି ଟିକେଟରେ ଯାତ୍ରା କରିବା ପାଇଁ ଅନୁମତି ଦେଇ ପାରନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.