Below header

କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଗଲା ବସ୍ତିବାସିନ୍ଦାଙ୍କ ଟେଣ୍ଟ ଘର, ଦୁଇ ଆହତ

କଟକ(କେ ନ୍ୟୁଜ): କଟକରେ କାଳବୈଶାଖୀ ତାଣ୍ଡବକୁ ନେଇ ଲଙ୍କାକାଣ୍ଡ। ଆଜି ଅପରାହ୍ନରେ ବର୍ଷା ଓ ପବନରେ ବାଲିସାହି ଅଞ୍ଚଳରେ ବସ୍ତିବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗିଗଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ପୋଲିସ ଗାଡ଼ି ଓ ସିଏମ୍‌ସି ଗାଡ଼ିକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି।

cyclone in cuttack

ସେମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କଟକରେ ଏସସିବି ମେଡିକାଲ କଲେଜ ସଂପ୍ରସାରଣ ପାଇଁ ବସ୍ତିବାସିନ୍ଦାଙ୍କୁ ବାଲିସାହି ଅଞ୍ଚଳରେ ଥଇଥାନ କରାଯାଇଥିଲା । କିଛି ଦିନ ପୂର୍ବରୁ ସିଏମ୍‌ସି ଏମାନଙ୍କୁ ଏହି ବସ୍ତିରେ ଥଇଥାନ୍‌ କରିଥିଲା । ବାଲିସାହି ବସ୍ତିରେ ୧୩୬ ପରିବାର ରହୁଛନ୍ତି। ବର୍ଷା ଓପବନରେ ବସ୍ତି ଛାରଖାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.