Below header

ନ୍ୟୁୟର୍କ: ଟ୍ରକରେ ଷ୍ଟୋର ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ, ପୋତା ହେବାକୁ ଏକ ବର୍ଷ ହେବ କରାଯାଇଛି ଅପେକ୍ଷା

ଦୁନିଆରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ସହ ଜଡ଼ିତ କେତେକ ଦୁଃଖଦ ଖବର ସାମ୍ନାକୁ ଆସୁଛି। କେଉଁଠି ମୃତକଙ୍କୁ ଦୁଇ ଗଜ ଜମି ମିଳୁନି ତ ରାସ୍ତା କଡ଼ରେ ଚିତା ଜଳେଇବାକୁ ପଡୁଛି। ପୁଣି କେଉଁଠି ନିଜ ଲୋକ ହିଁ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଉଛନ୍ତି। ଆମେରିକାରୁ ମଧ୍ୟ କୋଭିଡ ରୋଗୀଙ୍କ ମୃତଦେହକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଅନେକ ରୋଗୀଙ୍କ ମୃତଦେହ ୧ ବର୍ଷ ହେବ ଫ୍ରିଜର ଟ୍ରକରେ ରଖାଯାଇଛି ଏବଂ ପୋତା ହେବା ପାଇଁ ଅପେକ୍ଷା କରାଯାଇଛି।

୭୫୦ ମୃତଦେହ ରଖା ହୋଇଛି ଟ୍ରକରେ

ଗତବର୍ଷ ଆମେରିକାରେ ଯେତେବେଳେ କରୋନା ଭାଇରସ ପିକ ଉପରେ ଥିଲା, ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା କି, ନ୍ୟୁୟର୍କରେ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ପ୍ରଶାସନକୁ କୋଭିଡ ରୋଗୀଙ୍କ ମୃତଦେହକୁ ଫ୍ରିଜର ଟ୍ରକରେ ରଖିବାକୁ ପଡ଼ୁଥିଲା। ସ୍ଥାନୀୟ ମିଡିଆର ଖବର ମୁତାବକ, ଏହି ମୃତଦେହଗୁଡ଼ିକୁ ଟ୍ରକରେ ରଖାଯିବାରେ ୧ ବର୍ଷ ହୋଇଗଲାଣି। କିନ୍ତୁ ଏ ଯାଏ ପୋତା ଯାଇନାହିଁ। ରିପୋର୍ଟ ମୁତାବକ, ପ୍ରଶାସନ ସ୍ୱୀକାର କରିଛି କି, ପାଖାପାଖି ୭୫୦ ମୃତଦେହ ପୋତା ହେବାକୁ ବାକି ଅଛି। ଏବେ ଏହି କାମ ଆରମ୍ଭ କରାଯାଇଛି।

ଗରିବଙ୍କ କବରସ୍ଥାନରେ ପୋତାଯିବ ମୃତଦେହ

ନ୍ୟୁୟର୍କ ସହରରେ ହାର୍ଟ ଆଇସଲ୍ୟାଣ୍ଡ ନାମର କବରସ୍ଥାନ ରହିଛି। ଏହା ଏଠାକାର ସବୁଠାରୁ ବଡ଼ କବରସ୍ଥାନ। ଏଠାରେ ଗରିବ ଏବଂ ଅଣଦାବିଦାର ମୃତଦେହଗୁଡ଼ିକୁ ପୋତାଯାଇଥାଏ। ଟ୍ରକରେ ରଖାଯାଇଥିବା ମୃତଦେହଗୁଡିକୁ ମଧ୍ୟ ଏଠାରେ ପୋତି ଦିଆଯିବ। ପ୍ରଶାସନ ବର୍ତ୍ତମାନ ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.