Below header

ନୃଶଂସତାର ସବୁ ସୀମା ପାର୍ : ଗାଁ ସାଥୀଙ୍କୁ ନିର୍ମମ ହତ୍ୟା, କଟା ହାତ ପରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା। କଟା ହାତ ପରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ନୃଶଂସତାର ସବୁ ସୀମା ଉଲଘଂନ କରି ଅମାନୁଷିକ ହତ୍ୟା। ହତ୍ୟା ପରେ ହାତ, ଗୋଡ ଓ ମୁଣ୍ଡକୁ କାଟି ଫିଙ୍ଗିଦେଲେ ହତ୍ୟାକାରୀ। ନିଖୋଜର ୨୫ଘଣ୍ଟା ପରେ ସୁନ୍ଦରଗଡ଼ ସଦର ଥାନା ଭବାନୀପୁର ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ।

ସେ ତାଙ୍କ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ରାତିରୁ ନିଖୋଜ ଥିଲେ। ଘରକୁ ନ ଫେରିବାରୁ ପରିବାରଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ବିଲରୁ ମିଳିଥିଲା କଟା ହାତ। ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାରଲୋକଙ୍କ ସୂଚନା ଅନୁଯାୟୀ ମୃତକ ରମେଶଙ୍କ ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଥିଲା। ଏହା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ସନ୍ଦେହ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.