ରାଜ୍ୟକୁ ପୁଣି ଲେଉଟିଲା ଶୀତ, ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟକୁ ପୁଣି ଲେଉଟିଛି ଶୀତ। ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ।

ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକ ଶୀତ ହେବ। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତର ପ୍ରକୋପ ବଢୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସାଙ୍ଗକୁ ଘନ କୁହୁଡି ବି ଦେଖାଯିବ। ୩ ଦିନ ଧରି କୁହୁଡି ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.