Below header

ୟୁଟ୍ୟୁବ ଶିଖେଇଲା ବିଦେଶୀ ଥାଇଲାଣ୍ଡ ବରକୋଳି ଚାଷ, ମାସିକ ରୋଜଗାର ହେଉଛି ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା

ଦିନେ ୟୁଟ୍ୟୁବରେ ଥାଇଲାଣ୍ଡ ବରକୋଳି ଚାଷ ଦେଖି ନିଜ ଜମିରେ ଆରମ୍ଭ କରିଥିଲେ ଏହି ଚାଷ । ଓଡିଶାରେ ଏହାର ଚାରା ମିଳୁ ନଥିବାରୁ ସୁଦୂର କଲିକତାରୁ ସମ୍ପର୍କୀୟଙ୍କ ସହାୟତାରେ ଚାରା ଆଣି ଚାଷ କରିଛନ୍ତି । ପ୍ରଥମେ କୋଲକାତାରୁ ୫୦୦ ଚାରା ଆଣି ଚାଷ ଆରମ୍ଭ କରିଥିଲେ । ଏବେ ଏହି କୋଳିରୁ ସେ ମାସିକ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ନୟାଗଡ଼(କେନ୍ୟୁଜ): ଓଡିଶା ମାଟିରେ ବିଦେଶୀ ଫଳ । ନୟାଗଡ଼ର ଚାଷୀ ନକୁଳ ଜମିରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି । ୟୁଟ୍ୟୁବ ଦେଖି ଥାଇଲାଣ୍ଡ ବରକୋଳି ଚାଷ କରି ଆତ୍ମନର୍ଭରଶୀଳ ହୋଇଛନ୍ତି । ଏହା କେବଳ ସମ୍ଭବ ହୋଇଛି ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା । ବାପା ଚାଲିଯିବା ପରେ ଚାଷ କାର୍ଯ୍ୟରୁ ଭାଙ୍ଗି ପଡ଼ିଥିଲେ ନକୁଳ । କିନ୍ତୁ ଏବେ ୟୁଟ୍ୟୁବ ଦେଖି ଓଡିଶା ମାଟିରେ ଫଳାଇଛି ଥାଇଲାଣ୍ଡ ବରକୋଳି । ଓଡିଶା ମାଟିରେ ଚାଷୀ ଫଳାଇଛି ଥାଇଲାଣ୍ଡର ବରକୋଳି ।

ଗଛରେ ପେନ୍ଥା ପେନ୍ଥା କୋଳି ଫଳିଥିଲା ବେଳେ କୋଳିର ଭାରରେ ନଇଁ ପଡିଛି ଗଛ । ଏହି ଲାଲ ସବୁଜ ରଙ୍ଗର କୋଳି ଦେଖିବାକୁ ଯେତିକି ମନଲୋଭା ଖାଇବା ପାଇଁ ସେତିକି ସ୍ୱାଦିଷ୍ଟ । ତେବେ ଏହି ଛନ ଛନିଆ ଲାଲ ସବୁଜ ରଙ୍ଗର ଫଳକୁ ଦେଖିଲେ ଆଖି ଲାଖି ଯାଉଛି । ସେଥିପାଇଁ ଆଖପାଖ ଅଞ୍ଚଳରୁ କୋଳି କିଣିବା ପାଇଁ ଧାଇଁ ଆସନ୍ତି ବ୍ୟବସାୟୀ । ପାରମ୍ପରିକ କୃଷି ପଦ୍ଧତିକୁ ଛାଡି ଥାଇଲାଣ୍ଡ ବରକୋଳି ପ୍ରତି ମନ ବଳାଇଛନ୍ତି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମର ଚାଷୀ ନକୁଳ ନାୟକ ।

ଦିନେ ୟୁଟ୍ୟୁବରେ ଥାଇଲାଣ୍ଡ ବରକୋଳି ଚାଷ ଦେଖି ନିଜ ଜମିରେ ଆରମ୍ଭ କରିଥିଲେ ଏହି ଚାଷ । ଓଡିଶାରେ ଏହାର ଚାରା ମିଳୁ ନଥିବାରୁ ସୁଦୂର କଲିକତାରୁ ସମ୍ପର୍କୀୟଙ୍କ ସହାୟତାରେ ଚାରା ଆଣି ଚାଷ କରିଛନ୍ତି । ପ୍ରଥମେ କୋଲକାତାରୁ ୫୦୦ ଚାରା ଆଣି ଚାଷ ଆରମ୍ଭ କରିଥିଲେ । ଏବେ ଏହି କୋଳିରୁ ସେ ମାସିକ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କ୍ଷେତରେ ଏବେ ହସୁଛି ନା ନା ରକମର ବିଦେଶୀ କୋଳି । ନିଜର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ନିଜକୁ ଜଣେ ସଫଳ ଥାଇଲାଣ୍ଡ ବରକୋଳି ଚାଷୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନକୁଳ ।

ଆଜିର ଦିନରେ ନକୁଳଙ୍କ କୋଳି ଚାଷରେ ଏଭଳି ରୋଜଗାର ସମସ୍ତଙ୍କୁ ଚକିତ କରି ଦେଇଛି । କୌଳିକ ପେଶା ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଭାବି ପ୍ରଶିକ୍ଷଣ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କୋଳି ବଜାରରେ ବେଶ ଚାହିଦା ଥିବାରୁ ଭଲ ଲାଭ ମଧ୍ୟ ହେଉଛି । ଏହି କୋଳି ଚାଷ ତାଙ୍କୁ କମ ପରିଶ୍ରମ ଓ କମ ଖର୍ଚ୍ଚରେ ଖୁବ ଭଲ ଓ ଲାଭଦାୟକ ରୋଜଗାର ପନ୍ଥା ଯୋଗାଇ ଦେଇଛି । ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏହି ନିଆରା ପ୍ରୟାସକୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.