ନୂଆଦିଲ୍ଲୀ ଲୋକସଭା ଆସନରୁ ବାଂସୁରୀଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମା’ଙ୍କ ନୀତି ଆଦର୍ଶରେ କାମ କରିବେ ବାଂସୁରୀ

ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବାଂସୁରୀ ସ୍ୱରାଜ । ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିବା ବେଳେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୧୯୫ ଜଣଙ୍କ ନାଁ ରହିଛି । ବାଂସରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିଛି ।

ପୂର୍ବ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବାଂସୁରୀ ସ୍ୱରାଜ । ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିବା ବେଳେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୧୯୫ ଜଣଙ୍କ ନାଁ ରହିଛି । ବାଂସରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିଛି ।

ଗତଥର ନୂଆଦିଲ୍ଲୀ ଲୋକସଭା ଆସନରୁ ଜିତିଥିଲେ ମିନାକ୍ଷୀ ଲେଖି । ସେ ଏବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତେବେ ଏଥର ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିନାହିଁ । ତାଙ୍କ ବଦଳରେ ବାଂସୁରୀଙ୍କୁ ଦଳ ପ୍ରାର୍ଥୀ କରିଛି । ଆଉ ବାଂସୁରୀ ଟିକେଟ ପାଇବା ପରେ କହିଛନ୍ତି, ନିଜ ମା’ ଯେଭଳି ରାଜନୈତିକ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିଲେ, ସେହିପରି ମୁଁ ମଧ୍ୟ କାମ କରିବାକୁ ଚେଷ୍ଟା କରିବି । ଆଉ ମୁଁ ବିଶ୍ୱାସ କରୁଛି, ସେ ମୋତେ ଉପରୁ ନିଶ୍ଚିତ ଭାବେ ଆଶୀର୍ବାଦ ଦେବେ । କିନ୍ତୁ ଏହି ଯେଉଁ ଉପଲବ୍ଧି କେବଳ ବାଂସୁରୀଙ୍କ ନୁହେଁ, ବରଂ ଦିଲ୍ଲୀ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କର ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଜେପି ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରୁ ୪ଟିରେ ପ୍ରାର୍ଥୀ ବଦଳାଇଛି । ବାଂସୁରୀ ସ୍ୱରାଜ ଜଣେ ଜଣାଶୁଣା ଓକିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.