ବଜାର ଦାଣ୍ଡରେ ବୁଲୁଛି ଭାଲୁ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଦେଖାଯାଇଛି ଭାଲୁ ଆତଙ୍କ । ଲୋକଙ୍କ ଘର ସାମ୍ନାରେ ବୁଲିବା ସହିତ ରାସ୍ତାରେ ଖାଦ୍ୟ ଖୋଜୁଛି ଭାଲୁ । ବନ ବିଭାଗ ଭାଲୁକୁ ଖୋଜି ପାଉ ନାହିଁ । ତେବେ ଏହି ଭାଲୁଟି ରାତିରେ ବୁଲୁଥିବା ବେଳେ ସିସିଟିଭିରେ କଏଦ ହୋଇଛି ।

ମୟୂରଭଞ୍ଜ (କେନ୍ୟୁଜ): ରାତି ହେଲେ ବଜାର ଦାଣ୍ଡରେ ବୁଲୁଛି ଭାଲୁ । ସିସିଟିଭିରେ କଏଦ ହୋଇଛି ଭାଲୁ ବୁଲୁଥିବାର ଦୃଶ୍ୟ । ଭାଲୁ ନାଁ ଶୁଣିଲେ ହିଁ ମନରେ ଛନକା ପଶେ । ଆଉ ଯଦି ଆପଣଙ୍କ ସାମ୍ନାକୁ ହଠାତ ଭାଲୁ ଆସିଯାଏ ତେବେ କଥା ସରିଲା । ଭାଲୁ ଭଳି ହିଂସ୍ର ଜୀବ ଏବେ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ବୁଲୁଛି । କେତେବେଳେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳେ ତ କେତେବେଳେ ବାଘ ଗାଁ ଓ ସହରରେ ଆତଙ୍କ ସୃଷ୍ଟି କରନ୍ତି । ସମାନ ଭାବେ ନିକଟରେ ଏକ ଭାଲୁ ଜଙ୍ଗଲରୁ ପଳାଇ ଆସି ବଜାରରେ ବୁଲୁଥିବାର ଦେଖାଯାଇଛି । ଯାହାକୁ ନେଇ ଗାଁ ଓ ସହର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଦେଖାଯାଇଛି ଭାଲୁ ଆତଙ୍କ । ଲୋକଙ୍କ ଘର ସାମ୍ନାରେ ବୁଲିବା ସହିତ ରାସ୍ତାରେ ଖାଦ୍ୟ ଖୋଜୁଛି ଭାଲୁ । ବନ ବିଭାଗ ଭାଲୁକୁ ଖୋଜି ପାଉ ନାହିଁ । ତେବେ ଏହି ଭାଲୁଟି ରାତିରେ ବୁଲୁଥିବା ବେଳେ ସିସିଟିଭିରେ କଏଦ ହୋଇଛି । ବଜାରରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଭାଲୁଟି ନିକଟ କିମ୍ଭିରା ହୁଡ଼ିରୁ ଆସିଥିବା ନେଇ ବନ ବିଭାଗ ସୂଚନା ଦେଇଛି ।

ଲୋକମାନେ ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି । ରାତିରେ ବଜାରକୁ ଯିବାକୁ ଭୟ କରୁଛନ୍ତି । ତେଣୁ ସନ୍ଧ୍ୟା ସୁଦ୍ଧା ସମସ୍ତ ସଉଦା ପତ୍ର କିଣି ଲୋକମାନେ ଘରକୁ ଫେରି ଆସୁଛନ୍ତି । ଦିନ ବେଳେ ବି ବଜାର ଶୁନ୍‌ଶାନ୍‌ । ପୂର୍ବ ପରି ଆଉ ଲୋକ ଗହଳି ଦେଖାଯାଉନି । ଲୋକଙ୍କ ମନରେ ଭାଲୁ ପାଇଁ ଭୟ ରହିଛି । କାଳେ କେଉଁଠି ଲୁଚି ରହିଥିବ ଆଉ ସୁଯୋଗ ଦେଖି ଲୋକଙ୍କୁ ଆକ୍ରମଣ କରିବ । ସେହି ଭୟରେ ସାଧାରଣ ଲୋକେ ଘରୁ ବାହାରୁ ନାହାନ୍ତି ।

ତେବେ ଭାଲୁ ହେଉଛି ଏକ ହିଂସ୍ର ଜୀବ । ଏହା କେତେବେଳେ ଯେ କାହାକୁ ଆକ୍ରମଣ କରିବ ତାହା କେହି ବି କହି ପାରିବେନି । ତେଣୁ ନିଜ ଜୀବନ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ନିଜେ ସତର୍କ ରୁହନ୍ତୁ । କହି ରଖିବାକୁ ଚାହିଁବୁ ଯେ ଦିନକୁ ଦିନ ଗଛ କାଟି ଜଙ୍ଗଲ ସଫା କରାଯାଉଛି । ଫଳରେ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଯାଉଛି । ଏନେଇ ଜଙ୍ଗଲୀ ଜନ୍ତୁ ଖାଦ୍ୟ ଅନେ୍ଵଷଣରେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଛନ୍ତି । ଅନେକ ସମୟରେ ଏହି ଭାଲୁମାନେ ମଣିଷକୁ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.