ଧାମରା ପୋର୍ଟ ଆଗରେ ୧୫ ଦଫା ଦାବି ନେଇ କଂଗ୍ରେସ ଦଳର ଜୋରଦାର ଆନ୍ଦୋଳନ

ଚାନ୍ଦବାଲି (କେନ୍ୟଜ): ଧାମରା ବନ୍ଦରର ମନମୁଖୀ ନୀତିକୁ ବିରୋଧ କରିବା ସହ ୧୫ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଂଗ୍ରେସ ଦଳ ତରଫରୁ ଧାମରା ପୋର୍ଟ ଆଗରେ ଜୋରଦାର ଆନ୍ଦୋଳନ କରିବା ସହ ପ୍ରତିବାଦ କରାଯାଇଛି । ଧାମରାରେ ଏସିଆର ୨ୟ ବୃହତମ ବନ୍ଦର ହେଲା । ଲୋକମାନଙ୍କର ଜମି ଗଲା ହେଲେ ବନ୍ଦର କତୃପକ୍ଷ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁୁ ନିଯୁକ୍ତି ନଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି ତାହାସହ ସ୍ଥାନୀୟ ଅଞ୍ଚଳର ବିକାଶ ମୂଳକ କାମ କରୁନାହାଁନ୍ତି ଯାହାକି କଂଗ୍ରେସ ଦଳ ଏହାକୁ ତୀବ୍ର ବିରୋଧ କରିବା ସହ ଏସବୁ କରିବାକୁ ଦାବି କରି ଆଜି ଧାମରା ପୋର୍ଟ ସମ୍ମୁଖରେ ଶହଶହ କଂଗ୍ରେସ କର୍ମୀ ଏକଜୁଟ ହୋଇ ବିକ୍ଷଭ କରିଥିଲେ ।
ଏହି ପ୍ରତିବାଦ ଓ ବିକ୍ଷୋଭରେ ଜିଲ୍ଲାର ସମସ୍ତ କଂଗ୍ରେସ ନେତାଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ , ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦାନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ସହ ବନ୍ଦର କତୃପକ୍ଷ ଆଲୋଚନା ପରେ କଂଗ୍ରେସ ଦଳ ତରଫରୁ ଆନ୍ଦୋଳନରୁ ଓହରିଥିଲେ । ଯଦି ଡିସେମ୍ବର ମାସ ସୁଧା ଦାବି ପୂରଣ ନହୁଏ ତେବେ କଂଗ୍ରେସ ଦଳ ପୁଣଇ ଥରପେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ।