Below header

ଶନିଦେବଙ୍କ ମୂର୍ତ୍ତିକୁ ଘରେ ରଖିବାକୁ କାହିଁକି କରାଯାଇଛି ବାରଣ, ଜାଣନ୍ତୁ ଏହାର ଶାସ୍ତ୍ରମତ

ହିନ୍ଦୁ ଧର୍ମରେ କୋଟି କୋଟି ଦେବାଦେବୀଙ୍କୁ ପୂଜା କରାଯାଏ । ଘରେ ଭଗବାନ ଶିବ, ଗଣେଶ, ହନୁମାନ, କୃଷ୍ଣଙ୍କ ଠାରୁ ନେଇ ମାଆ ଦୁର୍ଗାଙ୍କର ଫଟୋ ବା ମୂର୍ତ୍ତି ଥାଏ କିନ୍ତୁ କୌଣସି ବି ଘରେ ଶନିଦେବଙ୍କର ଫଟୋ ବା ମୂର୍ତ୍ତି ରଖାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଶନିଦେବ ସୂର୍ଯ୍ୟଙ୍କର ପୁତ୍ର । କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଘରେ ପୂଜା କରିବାରେ ବାରଣ ରହିଛି। ଏହା ପଛରେ ଏକ ଧାର୍ମିକ ମାନ୍ୟତା ରହିଛି। ଶନିଦେବଙ୍କୁ ଅଭିଶାପ ମିଳିଥିଲା। ସେ ଯାହାକୁ ବି ଦେଖନ୍ତି ତାର ଖରାପ ହୋଇଯାଏ । ଏହି କାରଣରୁ ଶନିଦେବଙ୍କର ଦୃଷ୍ଟି ସିଧା ଆମର ଜୀବନ ଉପରେ ନପଡ଼ୁ ଏଥିପାଇଁ ତାଙ୍କ ମୂର୍ତ୍ତି ବା ଫଟୋ ଘରେ ରଖାଯାଇ ନଥାଏ ।

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟଙ୍କର ପତ୍ନୀ ଛାୟାଙ୍କ ଗର୍ଭରୁ ଶନି ଦେବଙ୍କର ଜନ୍ମ ହୋଇଥିଲା । ଯେବେ ଶନି ଛାୟାଙ୍କର ଗର୍ଭରେ ଥିଲେ ସେତେବେଳେ ସେ ଭଗବାନ ଭୋଳାନାଥଙ୍କର ଭକ୍ତିରେ ଖୁବ୍ ମଗ୍ନ ଥିଲେ । ସେ ନିଜର ଖାଇବା ପିଇବା ମଧ୍ୟ ଭୁଲି ଯାଉଥିଲେ । ଏହାର ପ୍ରଭାବ ତାଙ୍କ ପୁଅ ଉପରେ ପଡ଼ିଲା ଏବଂ ତାଙ୍କର ରଙ୍ଗ କଳା ହୋଇଗଲା । ଶନିଦେବଙ୍କର ରଙ୍ଗକୁ ଦେଖି ସୂର୍ଯ୍ୟ ଶନିଙ୍କୁ ନିଜର ପୁତ୍ର ଭାବେ ଗ୍ରହଣ କରିବାକୁ ମନା କରିଦେଲେ।

ସେଦିନ ଠାରୁ ଶନି ନିଜର ପିତା ସୂର୍ଯ୍ୟ ଦେବଙ୍କ ଉପରେ ଶତ୍ରୁତା ଭାବ ରଖିଲେ । ସେ ନିଜର ସାଧନା ଓ ତପସ୍ୟା ଦ୍ୱାରା ଶିବଙ୍କୁ ପ୍ରସନ୍ନ କରିଥିଲେ । ଶିବ ଶନିଦେବଙ୍କୁ ବର ମାଗିବାକୁ କହିଥିଲେ, ସେତେବେଳେ ସେ ସୂର୍ଯ୍ୟଙ୍କ ପରି ଶକ୍ତିପ୍ରାପ୍ତ କଲେ । ଭଗବାନ ଶଙ୍କର ତାଙ୍କୁ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଦେଇଥିଲେ । ମାନବ ଠାରୁ ଦେବତା ଯାଏ ସମସ୍ତେ ତାଙ୍କୁ ଭୟଭୀତ ହେବାର ବରଦାନ ଦେଇଥିଲେ ।

ମାନ୍ୟତା ଅଛି ଶନିଦେବଙ୍କ ଦର୍ଶନ କରିବା ବେଳେ ତାଙ୍କର ପାଦ ଆଡ଼କୁ ଦେଖିବାକୁ ଉଚିତ୍ । ତାଙ୍କର ଆଖିକୁ ଅନେଇ ଦର୍ଶନ କରାଯାଏ ନାହିଁ । ଘରେ ଯଦି ଶନି ଦେବଙ୍କ ପୂଜା କରିବାକୁ ଚାହୁଁଛ ତ ମନରେ ତାଙ୍କୁ ସ୍ମରଣ କରିବା ଉଚିତ୍ । ଶନିଦେବଙ୍କ ସହ ହନୁମାନଙ୍କର ମଧ୍ୟ ପୂଜା କରିବା ଉଚିତ୍ । ଏମିତି କଲେ ସେ ପ୍ରସନ୍ନ ହୋଇଥାନ୍ତି ।

ହିନ୍ଦୁ ଧର୍ମରେ ନିୟମିତ ରୂପରେ ପୂଜା ପାଠ କରିବାର ବିଶେଷ ନିୟମ ରହିଛି। ଭଗବାନଙ୍କ ପୂଜା କରିବାଦ୍ୱାରା ମନରେ ସକାରାତ୍ମକ ଭାବନା ଆସିଥାଏ। ଏଥିପାଇଁ ଲୋକମାନେ ସକାଳୁ ସକାଳୁ ଉଠି ସ୍ନାନ ସାରି ମନ୍ଦିରରେ ଭଗବାନଙ୍କ ଦର୍ଶନ ଏବଂ ତାଙ୍କର ଆରାଧନା କରିଥାନ୍ତି। କିନ୍ତୁ ଶାସ୍ତ୍ରରେ କିଛି ଦେବୀ ଦେବତାଙ୍କର ମୂର୍ତ୍ତି ବା ଫଟୋକୁ ଘରେ ରଖିବାକୁ ବର୍ଜିତ ବୋଲି ଧରାଯାଇଛି। ସେଥିମଧ୍ୟରୁ ଘରର ପୂଜା ସ୍ଥଳୀରେ ଶନିଦେବଙ୍କ ମୂର୍ତ୍ତୀ ରଖିବାକୁ ମନା କରଯାଇଛି।

ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ ମୂର୍ତ୍ତୀ ଘରର ପୂଜା ଘରେ ରଖିବା ଉଚିତ ନୁହେଁ ବରଂ ମୂର୍ତ୍ତିକୁ ବାହାରେ କୌଣସି ମନ୍ଦିରରେ ରଖିବାର ବିଧାନ ରହିଛି। ଶନିଦେବଙ୍କ ଦ୍ରୁଷ୍ଟିରୁ ରକ୍ଷା ପାଇବା ପାଇଁ ଘରେ ତାଙ୍କର ମୂର୍ତ୍ତି ରଖିବା ଉଚିତ ନୁହେଁ।

ଯଦି ଆପଣ ମନ୍ଦିରରେ ଶନିଦେବଙ୍କୁ ଦର୍ଶନ କରୁଛନ୍ତି ତେବେ ତାଙ୍କର ପାଦର ଦର୍ଶନ କରନ୍ତୁ , ତାଙ୍କ ଚକ୍ଷୁକୁ ଚାହିଁ ଦର୍ଶନ କରନ୍ତୁ ନାହିଁ। ଏମିତିରେ ଯଦି ଆପଣ ଘରେ ଶନିଦେବଙ୍କର ପୂଜା କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମନରେ ହିଁ ସ୍ମରଣ କରନ୍ତୁ। ଏହାସହିତ ଶନିବାର ଦିନ ହନୁମାନଙ୍କୁ ମଧ୍ୟ ପୂଜା କରନ୍ତୁ ଏବଂ ଶନିଦେବଙ୍କୁ ମଧ୍ୟ ମନରେ ସ୍ମରଣ କରନ୍ତୁ। ଏମିତି କଲେ ମଧ୍ୟ ଶନିଦେବ ପ୍ରସନ୍ନ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.