ଶନି-କେତୁଙ୍କ କୋପ କିମ୍ବା ପିତୃଦୋଷରୁ ଚିନ୍ତିତ କି? ତା’ ହେଲେ ତୁରନ୍ତ କରନ୍ତୁ ନିମ୍ବ ଗଛର ଏହି ଉପାୟ

ଘରର ଅଗଣା ହେଉ କି ଦାଣ୍ଡ, ନିମ୍ବ ଗଛ ଲଗାଇବା ଭାରତୀୟ ସଂସ୍କୃତିରେ ବହୁତ ଶୁଭ ବୋଲି ଧରାଯାଏ। ନିମ୍ବ ଗଛ ନା କେବଳ ଔଷଧୀୟ ଗୁଣରେ ଭରପୂର ହୋଇଥାଏ, ବରଂ ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ଢେର୍ ଅଧିକ ଥାଏ। ମାନ୍ୟତା ରହିଛି ଯେ ଘର ବାହାରେ କିମ୍ବା ଅଗଣାରେ ନିମ୍ବ ଗଛ ଲଗାଇବା ଦ୍ୱାରା ଶନି, କେତୁ ଏବଂ ପିତୃଦୋଷରୁ ମୁକ୍ତି ମିଳିଥାଏ। ଯଦି ଆପଣ ବି ଶନି-କେତୁଙ୍କ କୋପରୁ ଜୁଝି ହେଉଛନ୍ତି, ତା’ ହେଲେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର ଉପାୟ ବିଷୟରେ କହିବୁ।
ଅନେକ ଲୋକ ନିମ୍ବ ଗଛକୁ ମା’ ଦୁର୍ଗାଙ୍କ ଅବତାର ବୋଲି ମାନନ୍ତି। ଯଦି ଆପଣ ଘର ଭିତରେ କିମ୍ବା ବାହାରେ ଏହି ଗଛ ଲଗାଇବେ, ତେବେ ପରିବାର ସଦସ୍ୟଙ୍କ ଭିତରେ ଭଲ ସମ୍ବନ୍ଧ ରହିବ। ସମେସ୍ତ ନିରୋଗୀ ରହିବେ। ନିମ୍ବ ଗଛ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ଘର ଭିତରେ ପ୍ରବେଶ କରିଥାଏ।
ଶନି ମହାଦଶାରୁ ମୁକ୍ତି: ଯଦି ଆପଣଙ୍କ ଜାତକରେ ଶନି ମହାଦଶା ଚାଲିଛି, ତା’ ହେଲେ ନିମ୍ବର ଉପାୟ ଆପଣଙ୍କ ସମସ୍ୟାକୁ ଦୂର କରି ପାରିବ। ଏଥିପାଇଁ ଆପଣ ଛୋଟିଆ ନିମ୍ବ ଡାଳ ଭାଙ୍ଗନ୍ତୁ ଏବଂ ଏହାର କାଠିକୁ ଛୋଟ ଛୋଟ କାଟି ସେଥିରେ ମାଳା ପ୍ରସ୍ତୁତ କରନ୍ତୁ। ମାନ୍ୟତା ରହିଛି, ଏକ ମାସ ପର୍ଯ୍ୟନ୍ତ ଏହି ମାଳାକୁ ଧାରଣା କରିବା ଦ୍ୱାରା ଶନିଙ୍କ ଅଶୁଭ ପ୍ରଭାବ ନଷ୍ଟ ହୋଇଥାଏ ଏବଂ ଶନିଦେବ ପୁଣିଥରେ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ବର ପ୍ରଦାନ କରିଥାଆନ୍ତି।
କେତୁଙ୍କ କୋପରୁ ମୁକ୍ତି: କେତୁଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଘରେ ନିମ୍ବ କାଠରେ ହୋମ କରାନ୍ତୁ। ପାଖାପାଖି ୨ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହରେ ଏହି ହୋମ କରାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏଥିସହ ନିମ୍ବ ପତ୍ରର ରସ ବାହାର କରି ତାହାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ। କୁହାଯାଏ, ଏହି ଦୁଇଟି ଉପାୟ ଦ୍ୱାରା କେତୁଙ୍କ କ୍ରୋଧ ଶାନ୍ତ ହୋଇଥାଏ ଏବଂ ଘର ହସଖୁସିରେ ପୂରି ଉଠିଥାଏ।
ପିତୃଦୋଷରୁ ମୁକ୍ତି ପାଇବାର ଉପାୟ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଜାତକରେ ପିତୃଦୋଷ ଲାଗିଥାଏ। ଏଥିଯୋଗୁ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଆପଣ ବି ଏମିତି କୌଣସି ସମସ୍ୟା ଦେଇ ଗତି କରୁ ଥାଆନ୍ତି, ତା’ ହେଲେ ଜ୍ୟୋତିଷ ଶାସ୍ତ୍ରର ଏହି ଉପାୟ ନିଶ୍ଚୟ କରନ୍ତୁ। ଜାତକରେ ପିତୃଦୋଷ ଦୂର କରିବା ପାଇଁ ଘରର ଦକ୍ଷିଣ କିମ୍ବା ଉତ୍ତର-ପଶ୍ଚିମ କୋଣରେ ନିମ୍ବ ଗଛ ଲଗାନ୍ତୁ।