Below header

ଚାଣକ୍ୟ ନୀତି : ଯୁବାବସ୍ଥାରେ ଯଦି ଆପଣାଇ ନେବେ ଏହି ୫ ଆଦତ, ବୃଦ୍ଧାବସ୍ଥାରେ ସର୍ବଦା ରହିବେ ଖୁସି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ |

ମନୁଷ୍ୟ ଯଦି ସୁଖ ଶାନ୍ତି ଓ ସମ୍ମାନର ସହ ରହିବାକୁ ଚାହୁଁଥାନ୍ତି ତେବେ ଜୀବନରେ ଏହି ୫ କଥା ପ୍ରତି ଧ୍ୟାନ ରଖନ୍ତୁ | ଆସନ୍ତୁ ଜାଣିବା କଣ ଏହି ୫ କଥା ଯାହାକୁ ପାଳନ କଲେ ବୁଢା ସମୟରେ ସୁଖ ଶାନ୍ତିରେ ରହିବେ |

ଯେମିତି କରିବେ ସେମିତି ପାଇବେ

ଚାଣକ୍ୟ କୁହନ୍ତି କି ଯଦି ଘୋର କଳି କାଳରେ ଆପଣଙ୍କ ସନ୍ତାନ ଆଜ୍ଞାକାରୀ ହୋଇଥାଏ, ତେବେ ଏହାଠାରୁ ବଡ ସୁଖ ଆଉ ଜୀବନରେ କିଛି ନାହିଁ | ବୁଢା ସମୟରେ ଆପଣଙ୍କ ଖାଇବା ଆପଣଙ୍କ ପୁଅ ନୁହେଁ ବରଂ ଆପଣଙ୍କ ଦିଆଯାଇଥିବା ସଂସ୍କାର ଖୁଆଇଥାଏ | ପୁଅ ଆଗରେ ସର୍ବଦା ଭଲ ହେବା କଥା |

ସ୍ଵଚ୍ଛ ଚରିତ୍ର

ବୁଢା ସମୟରେ କିଛି ସାଥି ନଦେଲେ ମଧ୍ୟ ଆପଣଙ୍କ ଚରିତ୍ର ସ୍ଵଛ ରହିଥିଲେ ଲୋକ ଆପଣଙ୍କ ସାଥି ଛାଡ଼ିବେ ନାହିଁ | ଈଶ୍ୱର ଚିତ୍ରରେ ନୁହେ ଚରିତ୍ର ରେ ବସିଥାନ୍ତି |

ପଦର ଘମଣ୍ଡ

କେବେ ବି ପଦର ଘମଣ୍ଡ କରନ୍ତୁ ନାହିଁ | ଛୋଟ ବଡ କିଛି ନଥାଏ | ବ୍ୟକ୍ତି ସର୍ବଦା ବଡ ପଦରେ ବସିବା ପରେ ଅନ୍ୟକୁ ତୁଚ୍ଛ ଓ ଛୋଟ ଭାବିଥାନ୍ତି | ଏମିତି ଭୁଲ କେବେ ବି କରନ୍ତୁ ନାହିଁ | କାରଣ ଜଣେ ସାଧାରଣ ଲୋକ ବି ବଡ ରାଜାଙ୍କୁ ବର୍ବାଦ କରିପାରେ | ଯେମିତି ଚନ୍ଦ୍ରଗୁପ୍ତ ନନ୍ଦବଂଶର ବୃହତ ସେନାକୁ ହରାଇ ଦେଇଥିଲେ |

ସାହାଯ୍ୟକାରୀ ହୁଅ

ଯଦି ଆଜି ଆପଣ ଲୋକଙ୍କୁ ସାହାଯ୍ୟ କରିବେ ତ ଆପଣଙ୍କ କାଲି ସୁଖମୟ ହେବ | ସାମର୍ଥ୍ୟ ଅନୁସାରେ ଅନ୍ୟକୁ ସାହାଯ୍ୟ ଜରୁର କରନ୍ତୁ | ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଭଲ ହେବ ସହ ଆପଣଙ୍କ ଆସନ୍ତା ଦିନ ମଧ୍ୟ ଭଲ ହେବ |

ଭେଦଭାବ କରନ୍ତୁ ନାହିଁ

ଭେଦଭାବ ନିଜ ଭିତରେ ଦୂରତା ବଢ଼ାଇ ଥାଏ | ଏହାଦ୍ୱାରା ଆପଣଙ୍କ ଭଲ କେବେ ହେବନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.