ବିଦ୍ୟୁତ ବିଭାଗର ଖାମଖିଆଲି ନୀତି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ଅକାଳରେ ଚାଲିଗଲା ଜଣଙ୍କର ଜୀବନ। ରାସ୍ତା ରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଅନ୍ଧାର ରାତିରେ ଘରକୁ ଫେରୁଥିବା ବେଳେ ଜମିରେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଚଢିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁ ରେ ଏମିତି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଉଛନ୍ତି କାଉପୁର ପଞ୍ଚାୟତ ସିରାପୁର ଗାଁ ର ସୁବାସ ସାହୁ। ସୁବାଷ ସନ୍ଧ୍ୟ୍ରାରେ କାମରୁ ଫେରି ଘରକୁ ଫେରୁଥିବା ବେଳେ ଅନ୍ଧାର ରେ ଆସୁଥିବାରୁ ତଳେ ପଡିଥିବା ତାରକୁ ଜାଣି ନ ପାରି ଚଢି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ସକାଳୁ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାର ସୁବାସ ଙ୍କ ଦେହରେ ଗୁଡ଼ାଇ ହୋଇଥିବା ବେଳେ ଦେହ ପୋଡି ଯାଇଥିବା ଦେଖିବା ପାଇଁ ମିଳିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।