ଗରୁଡ ପୁରାଣ : ଆପଣଙ୍କ ଆସନ୍ତା ଜନ୍ମର ରହସ୍ୟ ଏହି ଜନ୍ମରେ ଜାଣି ପାରନ୍ତି ଆପଣ

ଗରୁଡ ପୁରାଣ ବୈଷ୍ଣବ ସମ୍ପ୍ରଦାୟଙ୍କର ଏକ ମହତ୍ୱପୂର୍ଣ୍ଣ ପୁରାଣ । ଗରୁଡ ପୁରାଣରେ ବ୍ୟକ୍ତିଙ୍କ କର୍ମର କଥା ଓ ପାପ-ପୂଣ୍ୟର ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ମିଳିଥାଏ । ଗରୁଡ ପୁରାଣ ଅନୁସାରେ ବ୍ୟକ୍ତି ଜୀବନରେ ଯେଉଁ କର୍ମ କରିଥାଏ ତା’ର ମୃତ୍ୟୁ ପରେ ସେହି ଆଧାରରେ ସ୍ୱର୍ଗ ଓ ନର୍କ ପ୍ରାପ୍ତି ହୋଇଥାଏ ।

ସେହିପରି ଗରୁଡ ପୁରାଣରେ ମନୁଷ୍ୟର ଆସନ୍ତା ଜନ୍ମ ସମ୍ପର୍କରେ ଆଭାଷ ମିଳିଥାଏ । କୁହାଯାଏ ମନୁଷ୍ୟର କର୍ମ ହିଁ ନିର୍ଦ୍ଧାରିତ କରିଥାଏ ଯେ ସେ ଆସନ୍ତା ଜନ୍ମରେ କେଉଁ ରୂପରେ ଜନ୍ମ ନେବ । ଆସନ୍ତୁ ଜାଣିବା ଗରୁଡ ପୁରାଣରେ ଆସନ୍ତା ଜନ୍ମ ସହ ଜଡିତ କେଉଁ ଖାସ କଥା ସମ୍ପର୍କରେ କୁହାଯାଇଛି ।

୧.  ଗରୁଡ ପୁରାଣ ଅନୁସାରେ ମାତା ପିତା ବା ସନ୍ତାନକୁ ଦୁଃଖି କରୁଥିବା ବ୍ୟକ୍ତିଙ୍କ ଆସନ୍ତା ଜନ୍ମ ପୃଥିବୀ ପୃଷ୍ଟରେ ଜନ୍ମ ନେବା ପୂର୍ବରୁ ତାଙ୍କର ଗର୍ଭରେ ମୃତ୍ୟୁ ହୋଇଯାଏ ।

୨.  ମାନ୍ୟତା ଯେ ଯେଉଁ ଲୋକ ମହିଳାଙ୍କୁ ଶୋଷିତ କରିଥାନ୍ତି,ତାଙ୍କୁ ଆସନ୍ତା ଜନ୍ମରେ ଭୟଙ୍କର ରୋଗରେ ପୀଡିତ ହେବାକୁ ପଡ଼ିଥାଏ । ଏହାଛଡ଼ା ଯେଉଁ ବ୍ୟକ୍ତି କିଛି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥାନ୍ତି, ସେ ଅନ୍ୟ ଜନ୍ମରେ ନ ପୁଂସକ ବନିଥାନ୍ତି ।

୩.  କାହାକୁ ହତ୍ୟା କରି ନିଜ ପେଟ ପୋଷୁଥିବା ବ୍ୟକ୍ତି, ଲୁଟପାଟ କରୁଥିବା ବ୍ୟକ୍ତି ଓ ପଶୁଙ୍କୁ ଶିକାର କରୁଥିବା ବ୍ୟକ୍ତି ଆସନ୍ତା ଜନ୍ମରେ କୌଣସି କଂସେଇ ହାତରେ ହତ୍ୟା ହେବାକୁ ଥିବା ଛେଳି ରୁପରେ ମିଳିଥାନ୍ତି ।

୪.  କୌଣସି ସ୍ତ୍ରୀଙ୍କୁ ହତ୍ୟା ବା ଗର୍ଭପାତ କରାଇଥିବା ବ୍ୟକ୍ତିକୁ ନରକରେ ପୀଡା ଭୋଗିବା ପରେ ଚଣ୍ଡାଳ ଯୋନୀରେ ଜନ୍ମ ମିଳିଥାଏ ।

୫.  ଶାସ୍ତ୍ର ଅନୁସାରେ ଗୁରୁଙ୍କୁ ଭଗବାନଙ୍କ ଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି । ଯେଉଁ ବ୍ୟକ୍ତି ନିଜ ଗୁରୁଙ୍କୁ ଅପମାନ କରିଥାଏ, ତାକୁ ନରକରେ ଜାଗା ମିଳିଥାଏ । ଆସନ୍ତା ଜନ୍ମରେ ସେ ଜଳ ବିନା ବ୍ରହ୍ମରାକ୍ଷସ ରୁପରେ ଜନ୍ମ ନେଇଥାଏ ।

୬.  ଧୋକା ବା ଛଳ କପଟ କରୁଥିବା ବ୍ୟକ୍ତିକୁ ଆସନ୍ତା ଜନ୍ମରେ ପେଚା ଓ କାହାର ମିଛ ସାକ୍ଷ ଦେବା ବାଲା ବ୍ୟକ୍ତିକୁ ଆସନ୍ତା ଜନ୍ମରେ ଅନ୍ଧ ହେବାକ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.