Below header

୬ ଜିଲ୍ଲାକୁ ଛୁଇଁଲା ମୌସୁମୀ, ଚାରି ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର( କେନ୍ୟୁଜ): ଆଉ ଆଗକୁ ବଢୁନି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ଦୁଇ ଦିନ ହେଲାଣି ହେଲେ ଆଉ ଆଗକୁ ବଢୁନି । କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ଅଛି । ଏବେ ସୁଦ୍ଧା ୬ ଜିଲ୍ଲାକୁ ମୌସୁମୀ ଛୁଇଁଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଅଗ୍ରସର ହୋଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବି ପ୍ରବେଶ କରିସାରିଛି ।

ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ଜଣାପଡିବ । ଆଗାମୀ ୨ରୁ ୩ ଦିନ ଭିତରେ ରାଜ୍ୟର ଆଉ କିିଛି ସ୍ଥାନକୁ ମୌସୁମୀ ଛୁଇଁପାରେ । ଗତକାଲି କୋରାପୁଟ, କନ୍ଧମାଳ, ନୂଆପଡ଼ା, ନୟାଗଡ଼, ଭୁବନେଶ୍ୱର ଓ କଟକରେ ଭଲ ବର୍ଷା ହୋଇଛି । ଝାରସଗୁଡାରେ ୮.୮ ଓ ରାୟଗଡ଼ାରେ ୩ ଓ ବୌଦ୍ଧରେ ୨ ମିଲିମିଟର ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୪ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.