IRCTCର ନୂଆ ପେମେଣ୍ଟ ଗେଟ୍‌େଓ୍ଵ iPay ଜରିଆରେ ଯାତ୍ରୀ ମାନେ ତୁରନ୍ତ କ୍ୟାନସଲ ଟିକେଟ ଉପରେ ପାଇବେ ରିଫଣ୍ଡ

ଭାରତୀୟ ରେଳ ବିଭାଗ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ମାନେ ଆଇଆରସିଟିସି ଏକ ନୂଆ ପେମେଣ୍ଟ ସିଷ୍ଟମ ବାହାର କରିଛି। ଡିପାର୍ଟମେଣ୍ଟ ତରଫରୁ ଏକ ନୂଆ ପେମେଣ୍ଟ ଗେଟ୍‌େଓ୍ଵ ଆରମ୍ଭ ହୋଇଛି ।ଏହା ମାଧ୍ୟମରେ ଏବେ ପ୍ରତ୍ୟେକ ଟ୍ରେନ ଯାତ୍ରୀଙ୍କୁ ଇନଷ୍ଟାଣ୍ଟ ରିଫଣ୍ଡ ମିଳିବ। ଜାଣନ୍ତୁ ଏବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ।

ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଅପଡେଟ ନେଇ ଆସିଛି ଆଇଆରସିଟିସି ବିଭାଗ। ଏବେ ପର୍ଯ୍ୟନ୍ତ ଟ୍ରେନ ଟିକେଟ ଯେକୌଣସି କାରଣ ବଶତଃ କ୍ୟାନସଲ ହୋଇଗଲେ ଏହାର ରିଫଣ୍ଡ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଡିପାର୍ଟମେଣ୍ଟ ନିଜର ଏକ ପେମେଣ୍ଟ ଗେଟ୍‌େଓ୍ଵ IRCTC-iPay ଲଞ୍ଚ କରିଛି।

ଏହି ସର୍ଭିସ ପୂର୍ବରୁ ଷ୍ଟାର୍ଟ ହୋଇଥିଲେ ମଧ୍ୟ କେହି ଏହା ପ୍ରତି ଏବେ ଅବଗତ ନଥିଲେ। ଏହା ଅନ୍ତର୍ଗତ ପ୍ରଥମେ କୌଣସି ଟିକେଟ ବୁକିଂ ପାଇଁ ବ୍ୟାଙ୍କର ପେମେଣ୍ଟ ଗେଟେଓ୍ଵ ରେ ଭୁଗତାନ କରିବାକୁ ପଡେ। ଯାହାଦ୍ୱାରା ସମୟ ମଧ୍ୟ ବଞ୍ଚିଥାଏ। ଏହାସହ ଟିକେଟ କ୍ୟାନସଲ କରିବା ପରେ ତୁରନ୍ତ ଏହାର ରିଫଣ୍ଡ ମଧ୍ୟ ମିଳିଥାଏ। ବିଭାଗ ତରଫରୁ ଏହି ରାଶି ଆପଣଙ୍କ ଆକାଉଣ୍ଯକୁ ଟ୍ରାନ୍ସଫର କରାଯାଏ। ଏବେ ଜାଣନ୍ତୁ ଏହି iPay ଗେଟେଓ୍ଵ ଦ୍ୱାରା କିପରି ଟିକେଟ ବୁକିଂ କରିବେ:

– ପ୍ରଥମେ ଏହାର ଅଫିସିଆଲ େଓ୍ଵବସାଇଟ www.irctc.co.in ରେ କ୍ଲିକ କରନ୍ତୁ।
– ଏବେ ଯାତ୍ରା ସମ୍ବନ୍ଧିତ ସମସ୍ତ ତଥ୍ୟକୁ ଭରନ୍ତୁ।
– ଏହାପରେ ନିଜ ରୁଟ ମୁତାବିକ ଟ୍ରେନ ସିଲେକ୍ଟ କରନ୍ତୁ।
– ଟିକେଟ ବୁକିଂ ସମୟରେ ଆପଣଙ୍କୁ ପ୍ରଥମ ଅପସନIRCTC-iPay ମିଳିବ।
– ଏହାକୁ ଚୁଜ କରି pay and book ଉପରେ କ୍ଲିକ କରନ୍ତୁ।
– ଏବେ ପେମେଣ୍ଟ ପାଇଁ କ୍ରେଡିଟ କାର୍ଡ , ଡେବିଟ କାର୍ଡ କିମ୍ବା ୟୁପିଆଇ ଡିଟେଲ ଦିଅନ୍ତୁ।
– ଏହାପରେ ଆପଣଙ୍କ ଟିକେଟ ତୁରନ୍ତ ବୁକ ହୋଇଯିବ। ଏହାର ଏକ ମେସେଜ ଆପଣଙ୍କ ପାଖକୁ ଆସିବ।
– ପୁଣିଥରେ ଏଥିରେ ଟ୍ରେନ ବୁକ ଯେତେବେଳେ ବି କରନ୍ତୁ ଆପଣଙ୍କୁ ଆୁ ପେମେଣ୍ଟ ଡିଟେଲ ଭରିବାକୁ ପଡ଼ିବ ନାହିଁ।
ଏବେ ଜାଣନ୍ତୁ କିପରି ଇନଷ୍ଟାଣ୍ଟ ରିଫଣ୍ଡ ପାଇବେ:
ଟିକେଟ କ୍ୟାନସଲ ହେବା ପରେ ରିଫଣ୍ଡ ମିଳିବାରେ ବହୁତ ସମୟ ଯାଇଥାଏ। କିନ୍ତୁ ଏମିତି ଉପାୟରେ ବୁକ କଲେ ଆପଣଙ୍କୁ ବେଶି ଅପେକ୍ଷା କରିବାକୁ ହେବ ନାହିଁ। ଟିକେଟ କ୍ୟାନସଲ ପରେ ବିଭାଗ ୟୁଜରଙ୍କ ପେମେଣ୍ଟ ସିଷ୍ଟମ ଦ୍ୱାରା ଟଙ୍କା ପଠାଇବେ।

ଆଗରୁ ବିଭାଗର ନିଜର ପେମେଣ୍ଟ ଗେଟେଓ୍ଵ ନଥିଲା। କିନ୍ତୁ ଏବେ ଏହା ନୂଆ କରି ଲଞ୍ଚ ହୋଇଛି। ଏମିିତିରେ ସହଜରେ ୟୁଜରଙ୍କ ଆକାଉଣ୍ଟକୁ ସେମାନେଙ୍କ ଟିକେଟ କ୍ୟାନସଲର ରିଫଣ୍ଡ ଆସିିଯିବ। ଏହାସହ ଆପଣ ଟିକେଟ ବୁକ କଲା ପରେ ମଧ୍ୟ େଓ୍ଵଟିଂ ଲିଷ୍ଟରେ ଥାଏ। ପରେ ଫାଇନାଲ ଚାର୍ଟ ପ୍ରସ୍ତୁତିପରେ ଅଟୋମେଟିକାଲି ଆପଣଙ୍କ ଟିକେଟ କ୍ୟାନସଲ ହୋଇଯାଏ। ଏବେ ଏଭଳି ପରିସ୍ଥିତିରେ ମଧ୍ୟ ଆପଣଙ୍କ ଟିକେଟ କ୍ୟାନସଲର ତୁରନ୍ତୁ ରିଫଣ୍ଡ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.