Below header

ଖୋର୍ଦ୍ଧା : ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ, ହତ୍ୟା ସନ୍ଦେହ !

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଆଦର୍ଶ ଥାନା ଅଧୂନ ନିଆଳ ଛୋଟା ଗାଡ଼ିଆ ଖଣିରେ ବିଳମ୍ବିତ ରାତିରେ ଏକ ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକ ଦେଖିବା ପରେ ଏହା ଚାରିଆଡେ ବ୍ୟାପିଯାଇଛି । ବର୍ତ୍ତମାନ ମୃତ ଶରୀରକୁ ଉଦ୍ଧାର ପାଇଁ ପୋଲିସ ତରଫରୁ ବ୍ୟବସ୍ଥା ଚାଲିଛି ।

ଅଖାରେ ବନ୍ଧା ହୋଇଥିବାରୁ ମୃତ ବ୍ୟକ୍ତି ବିଷୟରେ ପରିଚୟ ଜଣା ପଡ଼ିନି କେହି ଜଣେ ହତ୍ୟା କରି ଏହି ଜାଗାରେ ଫୋପାଡିଥିବା ସନ୍ଦେହ କରାଯାଉଛି । ତେବେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଏହାର ତଦନ୍ତ ଚାଲାଇବା ସହିତ ଶବକୁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତରିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.