Below header

କିସରେ ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୪ତମ ତିରୋଧାନ ଦିବସ

ଉପଯୁକ୍ତ ଶିକ୍ଷା ଛାତ୍ରଛାତ୍ରୀଙ୍କ ଜୀବନରେ ସଂସ୍କାର ଓ ଶୃଙ୍ଖଳା ଆଣିଥାଏ। କିସରେ ଆଜି ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୪ତମ ତିରୋଧାନ ଦିବସ ପାଳନ ଅବସରରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

ସ୍ୱର୍ଗତ ବଳଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡକ୍ଟର ସାମନ୍ତ କହିଥିଲେ, ସ୍ୱର୍ଗତ ବଳ ସର୍ବଦା ଶୃଙ୍ଖଳା ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଆସୁଥିଲେ। ତାଙ୍କର ସେହି ଦିଗଦର୍ଶନ ଯୋଗୁଁ କିସର ଛାତ୍ରଛାତ୍ରୀମାନେ ଆଜି ଉପଯୁକ୍ତ ଶିକ୍ଷା ପାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଶିକ୍ଷାଲାଭର ଏହି ଧାରା ବଜାୟ ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ସକାଳେ କିମ୍ସ ପରିସରରେ ଥିବା ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ କିମ୍ସର ବରିଷ୍ଠ ପଦାଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ରହି ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.