କ୍ରିମିନାଲ କୋଡ୍ ବିଲ୍ ରାଜ୍ୟସଭାରେ ପାସ୍

ରାଜ୍ୟସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଓ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍-୨୦୨୩। ବିରୋଧୀ ସାଂସଦଙ୍କ ଅନୁପସ୍ଥିତିରେ ଏହି ତିନିଟି ବିଲ୍ ପାରିତ ହୋଇଛି।

ରାଜ୍ୟସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଓ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍-୨୦୨୩। ବିରୋଧୀ ସାଂସଦଙ୍କ ଅନୁପସ୍ଥିତିରେ ଏହି ତିନିଟି ବିଲ୍ ପାରିତ ହୋଇଛି। ବ୍ରିଟିଶ ଶାସନ କାଳରେ ପ୍ରଣୟନ ହୋଇଥିବା ଆଇପିସି 1860, ସିଆରପିସି 1973 ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ 1862କୁ ହଟାଇବା ପାଇଁ ଏହି ତିନିଟି ଆଇନ ଆଗତ ହୋଇଥିଲା।

ବୁଧବାର ଲୋକସଭାରେ ଏହି ତିନିଟି ବିଲ୍ ପାରିତ ହୋଇଥିଲା। ଗୁରୁବାର ରାଜ୍ୟସଭାରେ ଏହି ତିନିଟି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ତିନିଟି ବିଲ୍ ଆଇନରେ ପରିଣତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.