ପକେଟମାର୍ କହି ଫସିଲେ ରାହୁଲ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ବଢିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ରାହୁଲ ଗାନ୍ଧିଙ୍କ ବିରୋଧରେ ୮ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ବଢିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ରାହୁଲ ଗାନ୍ଧିଙ୍କ ବିରୋଧରେ ୮ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ଭରତପୁରର ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବ୍ୟବସାୟୀ ଗୌତମ ଅଦାନୀଙ୍କୁ ପକେଟମାର୍ ବୋଲି କହିଥିଲେ।

ରାହୁଲଙ୍କ ଏପରି ବକ୍ତବ୍ୟ ଋଚିସମ୍ପନ୍ନ ନୁହେଁ ବୋଲି ହାଇକୋର୍ଟ କହିବା ସହ ନିର୍ବାଚନ କମିଶନ ହିଁ ଏ ସମ୍ପର୍କିତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ନିର୍ବାଚନ କମିଶନ ନଭେମ୍ବର ୨୩ ତାରିଖରେ ପନୌତି ଓ ପକେଟମାର ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଥିଲେ। ଆସନ୍ତୁ ଶୁଣିବା ନଭେମ୍ବର ୨୨ ତାରିଖରେ ରାଜସ୍ଥାନର ଭରତପୁରରେ ଆୟୋଜିତ ନିର୍ବାଚନୀ ସଭାରେ କଣ କହିଥିଲେ ରାହୁଲ ଗାନ୍ଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.