କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ତତ୍ତ୍ୱାବଧାନରେ ଆୟୋଜନ ଏହି ଚାମ୍ପିଅନସିପକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ ।

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ତତ୍ତ୍ୱାବଧାନରେ ଆୟୋଜନ ଏହି ଚାମ୍ପିଅନସିପକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ଖେଳାଳି, କୋଚ ଓ ଅଫିସିଆଲଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଡ. ସାମନ୍ତ କହିଲେ ଭାରତରେ କ୍ରୀଡ଼ାର ଭବିଷ୍ୟତ ଉଜ୍ଜ୍ୱଳ।

କ୍ରୀଡ଼ାକୁ କ୍ୟାରିୟର ଭାବେ ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି। କିଟ୍ ଓ କିସରେ ଥିବା ଅନ୍ତର୍ଜାତୀୟସ୍ତରର ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ସମଗ୍ର ଭାରତରେ ଅନନ୍ୟ ବୋଲି ସେ କହିଥିଲେ। କିଟ୍ ଓ କିସ୍ ୧୫ଜଣ ଅଲିମ୍ପିଆନଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତଙ୍କୁ ଗଢ଼ି ତୋଳିବାର ଗୌରବ ଅର୍ଜନ କରିଛି।

kiit

କିଟ୍ ଓ କିସର ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ଯୋଗୁଁ ଏଠାରେ ବର୍ଷ ତମାମ ବିଭିନ୍ନ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଚଳିତବର୍ଷ ଏବେସୁଦ୍ଧା ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍, କୋଚ ଓ ଅଫିସିଆଲ୍ କିଟ୍-କିସ୍ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ବୋଲି ଡ. ସାମନ୍ତ ସୂଚନା ଦେଇଥିଲେ। ଚାମ୍ପିଅନସିପ ବିଷୟରେ ସୂଚନା ଦେଇ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କହିଲେ, ଯୋଗାସନ ଚାମ୍ପିଅନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିବା ବେଳେ ସନ୍ତରଣ ଚାମ୍ପିୟନସିପରେ ୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ହଜାରେରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ୨ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଛନ୍ତି।

kiit

୩ଦିନ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରେ ମୋଟ ୪ହଜାର ୫ଶହ ପ୍ରତିନିଧି ଯୋଗ ଦେଇଛନ୍ତି ବୋଲି ଡ. ଦାଶ ସୂଚନା ଦେଇଥିଲେ। କିଟ୍ ପକ୍ଷରୁ ସମସ୍ତ ଖେଳାଳି, କୋଚ ଓ ଅଫିସିଆଲଙ୍କ ରହିବା, ଖାଇବା ଆଦି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇୟୁର ପର୍ଯ୍ୟବେକ୍ଷକ ଡ. ମହେନ୍ଦ୍ର ସିଂହ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.