ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ଦେବା ଉଚିତ୍‌ କି ନୁହେଁ ?

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମହିଳା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଛୁଟି ଅବଧି ଧାରଣାକୁ ବିରୋଧ କରିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବଲିଉଡ କୁଇନ୍‌ କଙ୍ଗନା ରାନାଓ୍ଵାତ୍‌ ମଧ୍ୟ ତାଙ୍କ କଥାକୁ ସହମତି ଜଣାଇଛନ୍ତି । ବୁଧବାର ରାଜ୍ୟସଭା ସାଂସଦରେ ମନୋଜ କୁମାର ଝା କରିଥିବା ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ସ୍ମୃତି ଇରାନୀ କହିଛନ୍ତି ଯେ, ମହିଳାଙ୍କ ଜୀବନରେ ଋତୁସ୍ରାବ ଏକ ପ୍ରାକୃତିକ ଅଂଶ । ଏହା ପ୍ରତି ବିଶେଷ ଛୁଟି ବ୍ୟବସ୍ଥା କରାଯିବା ଉଚିତ୍‌ ନୁହେଁ ।

ସାଧାରଣତଃ ନାରୀ ମାନଙ୍କର ମାସିକ ଋତୁସ୍ରାବ କଷ୍ଟ ଦାୟକ । ବିଶେଷ କରି ଅଫିସରେ କାର୍ଯ୍ୟରତ ମହିଳା ମାନେ ଏଥିପ୍ରତି ଚିନ୍ତିତ ରହିଥାଆନ୍ତି । କାରଣ ସେହିଦିନ ବିଶ୍ରାମ ନେବା ପାଇଁ ସେମାନେ ଚାହିଁ ଥାଆନ୍ତି । କିନ୍ତୁ ଯେହେତୁ ସେମାନେ କୌଣସି ସଂସ୍ଥାରେ କାର୍ଯ୍ୟରତ ଥାଆନ୍ତି ସଂସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ମହିଳା ମାନଙ୍କୁ ଛୁଟି ଦିଆଯାଇ ନଥାଏ । କିନ୍ତୁ ଏହି ଛୁଟିକୁ ନେଇ ସଂସଦରେ ଉଠିଛି ପ୍ରଶ୍ନ । ଜୋର୍‌ ଧରିଛି ଚର୍ଚ୍ଚା ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମହିଳା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଛୁଟି ଅବଧି ଧାରଣାକୁ ବିରୋଧ କରିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବଲିଉଡ କୁଇନ୍‌ କଙ୍ଗନା ରାନାଓ୍ଵାତ୍‌ ମଧ୍ୟ ତାଙ୍କ କଥାକୁ ସହମତି ଜଣାଇଛନ୍ତି । ବୁଧବାର ରାଜ୍ୟସଭା ସାଂସଦରେ ମନୋଜ କୁମାର ଝା କରିଥିବା ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ସ୍ମୃତି ଇରାନୀ କହିଛନ୍ତି ଯେ, ମହିଳାଙ୍କ ଜୀବନରେ ଋତୁସ୍ରାବ ଏକ ପ୍ରାକୃତିକ ଅଂଶ । ଏହା ପ୍ରତି ବିଶେଷ ଛୁଟି ବ୍ୟବସ୍ଥା କରାଯିବା ଉଚିତ୍‌ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ସେହି ଦିନରେ କେବଳ ମହିଳା ମାନେ ଜଟିଳ ସମୟ ଦେଇ ଗତି କରିଥାଆନ୍ତି, କଷ୍ଟ ଅନୁଭବ କରିଥାଆନ୍ତି । କିନ୍ତୁ ଏହି ମହିଳାଙ୍କ ପ୍ରତି ଭେଦଭାବ ବଢ଼ାଇବ । ଏହି କଥାକୁ ସହମତି ଜଣାଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ଵାତ କହିଛନ୍ତି, ଯେ ପର୍ଯ୍ୟନ୍ତ ମହିଳାଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ନ ପଡ଼ିଛି ସେ ପର୍ଯ୍ୟନ୍ତ ଛୁଟି ଦିଆଯିବା କଥା ନୁହେଁ । ମାସିକ ଋତୁସ୍ରାବ କୌଣସି ରୋଗ ନୁହେଁ ।

ତେବେ ପୁର୍ବରୁ ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ କରାଯାଇଥିଲା । କିନ୍ତୁ ଏହି ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଥିଲେ । ମାତୃତ୍ବ କାଳୀନ ସୁବିଧା ଆକ୍ଟ ଅନୁସାରେ ମହିଳାମାନଙ୍କୁ ଗର୍ଭଧାରଣ, ଗର୍ଭପାତ, ଗର୍ଭନିରୋଧକ ଅପରେସନ ଏହାସହ ଗର୍ଭଧାରଣ ସମୟରେ ଚିକିତ୍ସା ଲାଗି ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । ମହିଳା କର୍ମଚାରୀମାନେ ଏହି ଛୁଟି ନେବା ସମୟରେ ତାଙ୍କୁ ପୂର୍ଣ୍ଣ ଦରମା ମିଳିବ ବୋଲି ନିୟମ ରହିଛି ।

ତେବେ କିଛି କମ୍ପାନୀ ଏହି ନିୟମ ଲାଗୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ନଥିଲେ ଏହି ଛୁଟିକୁ ଲାଗୁ କରିଥିଲେ । ସେହି କମ୍ପାନୀ ଗୁଡ଼ିକ ହେଉଛି ଅଷ୍ଟ୍ରେଲିୟାଇ ପେନ୍‌ସନ୍‌ ଫଣ୍ଡ ଫ୍ୟୁଚର ସୁପର, ଭାରତୀୟ ଖାଦ୍ୟ ବିତରଣ ଷ୍ଟାର୍ଟଅପ ଜମାଟୋ ଏବଂ ପ୍ରାନ୍ସିସି ଫର୍ଣ୍ଣିଚର ଫର୍ମ ଲୁଇସ୍‌ । ଏହି କମ୍ପାନୀ ଗୁଡ଼ିକ ୬, ୧୦ ଏବଂ ୧୨ ଦିନର ଛୁଟି ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଭାରତରେ ଏପରି ଛୁଟି ଆଇନ୍‌ ହୋଇ ନଥିବା ବେଳେ ମାର୍ଚ୍ଚ ୨୦୨୧ ରେ ୟୁରୋପ ପ୍ରଥମ ଦେଶ ଯିଏକି ମହିଳାଙ୍କ ମାସିକ ଋତୁସ୍ରାବ ନେଇ ଛୁଟି ଦେବାକୁ ଅନୁମତି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.