Below header

ପୁରୀ:ବଗଳା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ,ମୁଖ୍ୟ କୋଠା କାହାକୁ ବିକ୍ରି କରାଯାଇନାହିଁ କହିଲା ପ୍ରଶାସନ

ପୁରୀ(କେନ୍ୟୁଜ୍): ବଗଳା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ। ପ୍ରଶାସନ କହିଲା ଜମି ବିକ୍ରି ହୋଇନାହିଁ। ଜମି ବିକ୍ରି କରାଯାଇଥିବା କଥା ସତ୍ୟତା ଉପରେ ଆଧାରିତ ନୁହେଁ । ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମିଛାଡ଼ିଥିବା ଲୋକମାନଙ୍କ ଥଇଥାନ ପାଇଁ ଆବଣ୍ଟନ କରାଯାଇଛି । ମୁଖ୍ୟ କୋଠା କାହାକୁ ବିକ୍ରି କରାଯାଇନାହିଁ । ପ୍ରାୟ ୨ ଏକର ୭୩୮ ଡେସିମିଲ୍‌ ଜମିରୁ ମାତ୍ର ୧୨ ପ୍ରତିଶତ ଜମିକୁ ବିସ୍ଥାପିତ ସେବାୟତ ଓ ଜମିହରା ବ୍ୟକ୍ତିଙ୍କୁ ଦିଆଯାଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଅଞ୍ଚଳରେ ଶତାଧିକ ବର୍ଷ ଧରିଥିବା ଥିବା ସେବାୟତ ନିଯୋଗକୁ ମାତ୍ର ୩୪ ଡେସିମିଲ୍‌ ଜମି ବ୍ୟବହାର ପାଇଁ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବଗଳା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା । କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସରକାର ଏବେ ୨୦୦୦ ଲୋକ ରହିବା ପରି ଲଜ/ଧର୍ମଶାଳା ନିର୍ମାଣ କରୁଛନ୍ତି । ଆଗକୁ ଆହାରି ୮୦୦୦ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏଣୁ ସରକାର ବଗଳା ଧର୍ମଶାଳା କ୍ଷମତାକୁ ୫୦ ଗୁଣ ବୃଦ୍ଧି କରୁଛନ୍ତି । ଏଣୁ ଶ୍ରୀମନ୍ଦିର ପାଇଁ ତ୍ୟାଗ କରିଥିବା ସେବାୟତମାନଙ୍କୁ ଆମେ କୃତଜ୍ଞତା ପ୍ରଦର୍ଶନ କରିବା ଉଚିତ ବୋଲି ଏଥିରେ କୁହାଯାଇଛି ।

 

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗକୁ ନେଇ ତେଜିଥିଲା ରାଜନୀତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଆଜି ଧାରଣା ଦେଇଥିଲେ । ବିଜେପି ଅଭିଯୋଗ କରିଥିଲା ଚଞ୍ଚକତା କରି ଧର୍ମଶାଳାର ଦାନ ଜମିକୁ ଲଜିଂ ମାଲିକଙ୍କୁ ବିକିବା ବେଆଇନ୍‌ । ସେପଟେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ବିଜେପି ନାଟକବାଜୀ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.