Below header

ପ୍ରକୃ‌ତି ପୂଜା-ଏକତାବଦ୍ଧ ଜୀବନ ଜାପନ ଏବଂ ସମର୍ପଣ ଭାବନାର ଶିକ୍ଷା ଦେଇଥାଏ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ହେଲେ ଏହି ପର୍ବ କେବେ ଆରମ୍ଭ ହେଲା, ତାହା ସମୟ ସହିତ କିଭଳି ପରିମାର୍ଜିତ ହେଲା ତାହା ଅନୁମାନ କରି କୁହାଯାଏ । ତେବେ ଗବେଷକମାନେ ନୂଆଖାଇ ବହୁ ଆଦିମ ଦିନରୁ ଚାଲି ଆସିଛି ବୋଲି ମତ ଦିଅନ୍ତି । ନୂଆଖାଇ ପାଇଁ ଚଳଚଂଚଳ ହୋଇପଡ଼ିଥାଏ ସମଗ୍ର ପଶ୍ଚିମ ଓଡ଼ିଶା । ହେଲେ ଏଥିରୁ ସମ୍ବଲପୁର ବା କେମିତି ବାଦ ପଡ଼ିବ । ଏକ ଭାବ ଧାରାରେ ଆବଦ୍ଧ ହୋଇ ଏକତାବଦ୍ଧ ଜୀବନ ଦର୍ଶନର ଶିକ୍ଷା ଦେଉଥିବା ଏ ନୂଆଖାଇର ପରମ୍ପରା ବହୁ ପୁରୁଣା ।

juharନୂଆଖାଇ ପୂର୍ବରୁ ଘର ସାଜସଜ୍ଜା କରିବା ସହିତ ପରିବାର ସମସ୍ତଙ୍କ ପାଇଁ ନୂଆ ଲୁଗା କିଣାଯାଇଥାଏ । ନୂଆଖାଇ ଦିନ ପ୍ରକୃତିର ନୂଆ ଶସ୍ୟକୁ ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ ଏହାକୁ ସପରିବାର ଏକାଠି ବସି ପ୍ରସାଦ ରୂପରେ ସେବନ କରିବା ହିଁ ନୂଆଖାଇ । ଏହା ସହିତ ନୂଆଖାଇ ଦିନ ବିଭିନ୍ନ ରକମର ପିଠାପଣା ତିଆରି ହେବା ସହ ସ୍ୱତନ୍ତ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ନୂଆଖାଇ ପଶ୍ଚିମ ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ୨୦୦ ଶତାବ୍ଦୀର ପରବର୍ତ୍ତୀ ଭାଗରେ ପଶ୍ଚିମ ଓଡ଼ିଶାକୁ ଚୌହାନ ବଂଶର ରାଜାମାନେ ଆସିବା ପରେ ଏଠି ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତି ମିଳନ ହୋଇଥିଲା ।

Nuakhai picଚୌହାନ ରାଜାମାନେ ଏଠିକାର ଆଧିବାସୀମାନଙ୍କ ପ୍ରିୟ ଭାଜନ ହେବା ପାଇଁ ମା ସମଲେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ଗ୍ରହଣ କରିଥିଲେ । ଏହାପରେ ନୂଆଖାଇ ପରିମାର୍ଜିତ ରୂପରେ ଆସିଥିଲା । ନବାନ୍ନ ଗ୍ରହଣ କଲା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ରହିଥାଏ । ଏହା ପାରିବାରିକ ବନ୍ଧନକୁ ଦୃଢ଼ କରିବା ସହ ସାମାଜିକ ଢ଼ାଂଚାକୁ ବଂଚାଇ ରଖିଥାଏ । ଆଉ ସନ୍ଧ୍ୟା ସମୟରେ ଜମିଥାଏ ନାଚ ଗୀତର ଆସର ହେଲେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ସାସଂକୃତିକ କାର୍ଯ୍ୟକ୍ରମ ସବୁ ବନ୍ଦ କରାଯାଇଛି । ନୂଆଖାଇ ଯେ କେବଳ ଭାବ ପ୍ରବଣତାର ଉତ୍ସବ ତାହା ନୁହେଁ ଏହା ପ୍ରକୃ୍‌ତି ପୂଜା, ଏକତାବଦ୍ଧ ଜୀବନ ଜାପନ, ବଡ଼ମାନଙ୍କୁ ସମ୍ମାନ ଦେବା ସହ ସମର୍ପଣ ଭାବନାର ଶିକ୍ଷା ଦେଇଥାଏ ।

ଶ୍ରବଣ କୁମାର ପତି, ସମ୍ବଲପୁର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.