ପାକିସ୍ତାନ ଜାରି କଲା ଆତଙ୍କବାଦୀ ଲିଷ୍ଟ, ଦାଉଦ ନାଁ ବି ସାମିଲ

ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ପାକିସ୍ତାନ । ଲିଷ୍ଟରେ ଅଣ୍ଡରଓ୍ଵାର୍ଡ ଡନ ଦାଉଦ ଇବ୍ରାହିମର ମଧ୍ୟ ନାଁ ରହିଛି । ଦାଉଦ କରାଚୀରେ ରହୁଥିବା ପାକ ସରକାର ଶେଷରେ ସ୍ୱୀକାର କରିଛନ୍ତି । ୧୯୯୩ ମସିହାରେ ହୋଇଥିବା ମୁମ୍ବାଇ ସିରିଏଲ୍‌ ବିସ୍ପୋରଣ ମାମଲାର ମୋଷ୍ଟ ଓ୍ଵାଣ୍ଟେଡ ଥିଲେ ଅଣ୍ଡରଓ୍ଵାର୍ଡ ଡନ ଦାଉଦ୍‌ ଇବ୍ରାହିମ୍‌ ।

ଏହି ଘଟଣା ପର ଠାରୁ ସେ ଫେରାର ଅଛନ୍ତି । ପାକିସ୍ତାନର ଏଫ୍‌ଏଟିଏଫ୍‌ର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏହା ସହ ୮୮ ଆତଙ୍କୀ ସମୂହ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ପାକ ସରକାର । ଏହା ବାଦ ଦାଉଦ ନିକଟରେ ୧୪ଟି ଦେଶର ପାସପୋର୍ଟ ଥିବା ବେଳେ ପାକିସ୍ତାନରେ ତାଙ୍କର ତିନୋଟି ଠିକଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.