Below header

୧୬ନଂ ଜାତୀୟ ରାଜପଥ ନେଲା ଆଉ ଏକ ଜୀବନ, ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ

ଯାଜପୁର (କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥର ପୁଣି ଏକ ଦୁର୍ଘଟଣା। ରାଜପଥର ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ବ୍ରିଜ ଉପରେ ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହି ମୃତ। ମୃତକ ହେଲେ ଜେନାପୁର ଥାନା କବାଟବନ୍ଧ ଅଂଚଳର ପରମାନନ୍ଦ ସାହୁଙ୍କ ପୁଅ ବିଦ୍ୟାଧର ସାହୁ।

ବିଦ୍ୟାଧର ଆଜି ଜାରକା ବଜାରକୁ ଆସି ନିଜ କାମ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବା ସମୟରେ ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.