Below header

ଭୁବନେଶ୍ବରରେ ବଢୁଛି ଟେଷ୍ଟିଂ ସଂଖ୍ୟା, ବିଗତ ୧୫ ଦିନ ମଧ୍ୟରେ ଦିନକୁ ୨୫୦୦ରୁ ୩୦୦୦ ଟେଷ୍ଟିଂ କରାଯାଉଛି: କମିଶନର

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରରେ ବଢୁଛି ଟେଷ୍ଟିଂ ସଂଖ୍ୟା। ତେଣୁ ଭୁବନେଶ୍ବରରେ ବଢୁଛି ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ସେ କହିଛନ୍ତି ଏପର୍ଯ୍ୟନ୍ତ ବିଏମ୍‌ସି ଅଞ୍ଚଳରେ  ୬୭୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଏବେ ୨୭୧୮ ଆକ୍ଟିଭ୍ କେସ୍ ରହିଛି। ଏଥି ମଧ୍ୟରୁ ହୋମ ଆଇସୋଲେସନରେ ୬୭୫ ଜଣ ଅଛନ୍ତି।  ।

କମିଶନରଙ୍କ କହିବା ମୁତାବକ  ଆଗାମୀ ମାସକ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଏବେ ୨୬୧୮ ଜଣ ଆକ୍ରାନ୍ତ ଥିବା ବେଳେ ଅଗଷ୍ଟ ୩୧ ତାରିଖ ବେଳକୁ ଆମ ପାଖରେ ପ୍ରାୟ ୪୦୦୦ ଆକ୍ରାନ୍ତ ଥିବେ। ସେପ୍ଟେମ୍ବର ୧୫ ତାରିଖ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି। ଏଥି ପାଇଁ ପ୍ରଶାସନ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା ଲାଗି ବିଭିନ୍ନ ଘରୋଇ ସଂସ୍ଥା ୪୫୦ ବେଡର ବ୍ୟବସ୍ଥା କରିଛନ୍ତି।  ଏହା ତାଙ୍କର ସୁବିଧାରେ କାମ ଆସୁଛି। କାରଣ ସେମାନଙ୍କୁ ହସ୍‌ପିଟାଲକୁ ନ ପଠାଇ ନିକଟରେ ରଖାଯାଇପାରିବ।

ବିଗତ ୧୫ ଦିନ ମଧ୍ୟରେ ଦିନକୁ ୨୫୦୦ରୁ ୩୦୦୦ ଟେଷ୍ଟିଂ କରାଯାଉଛି। ବିଏମସି ଅଞ୍ଚଳରେ  ୮ରୁ ୯ଟି କ୍ୟାମ୍ପ ପ୍ରତିଦିନ କରାଯାଉଛି। ସେହିପରି ୨୧ ପିଏଚସି, ସିଏଚସିରେ ଟେଷ୍ଟ କରାଯାଉଛି। କ୍ୟାପିଟାଲ ହସ୍‌ପିଟାଲ, ଏମ୍‌ସ, ଆମ୍ରି, ସମ, ଆପଲୋରେ କରୋନା ନମୁନା ପରୀକ୍ଷା ହେଉଛି। ଭୁବନେଶ୍ୱରବାସୀ କରୋନା ଲକ୍ଷଣ ଥିଲେ ସେମାନେ ପରୀକ୍ଷା କରାନ୍ତୁ। ଟେଷ୍ଟିଂ ବଢ଼ିଥିବାରୁ କରୋନା ପଜିଟିଭ ଅଧିକ ଚିହ୍ନଟ ହେଉଛନ୍ତି। ପିକ ସମୟରେ ଆମେ ସବୁ ଜିନିଷକୁ ପରିଚାଳନା କରିବା, ପରିସ୍ଥିତି ଧୀରେ ଧୀରେ ସୁଧୁରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.