ଆଜି ରାଜଧାନୀରୁ ୨୯୫ ନୂଆ ପଜିଟିଭ, ୧୪୨ ଲୋକାଲ କେଶ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨୯୫ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ସଂଖ୍ୟା ୭୦୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୪୨୧୯ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ୨୭୫୪ଟି ଆକ୍ଟିଭ କେଶ ରହିଛି । ଯେବେକି ଏଯାବତ ୩୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 22nd Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/QcO5sCyJRk— BMC (@bmcbbsr) August 22, 2020
ଆଜିର ପଜିଟିଭ ଭିତରୁ ୧୫୩ ଜଣ ପୂର୍ବରୁ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୧୪୨ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ୧୫୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ନେଇ ରିପୋର୍ଟ ଆସିଛି । ଯେବେକି ୧୫୮ ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି ।