Below header

ସାବଧାନ୍‌ ! ସାର୍ବଜନିକ ଶୌଚାଳୟରେ ବି ଜଗିଛି କରୋନା ଭାଇରସ, ଜାଣନ୍ତୁ ନିଜକୁ କେମିତି କରିବେ ରକ୍ଷା

କରୋନା ମହାମାରୀ ବିଶ୍ୱରେ ନିଜ କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟକ୍ତି ସଂକ୍ରମିତ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ହଜାରରୁ ବି ଅଧିକ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ କରୋନା ଭାଇରସ ବାୟୁ ମାଧ୍ୟମରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । କିନ୍ତୁ କେବେ ଭାବିଛନ୍ତି କି ସାର୍ବଜାନିକ ଶୌଚାଳୟରୁ ମଧ୍ୟ କରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି । ତେବେ ସାର୍ବଜାନିକ ଶୌଚାଳୟ ବ୍ୟବହାର କରିବା ସମୟରେ ଅନେକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି କରୋନା ଦ୍ୱାରା ସଂକ୍ରମିତ ନହେବା ପାଇଁ ଆମେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।

• ଶୌଚାଳୟ ବ୍ୟବହାର କରୁଥିବା ସମୟରେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ । ସେହିପରି ଶୌଚାଳୟ ବ୍ୟବହାର କରିସାରିବା ପରେ ଫ୍ଲସ ବଟନକୁ ଦବାଇ ସାଙ୍ଗେ ସାଙ୍ଗ ସେଠାରୁ ବାହାରକୁ ବାହାରି ଆସନ୍ତୁ ।

• ସୁତ୍ରାନୁସାରେ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ସେହି ଶୌଚାଳୟକୁ ବ୍ୟବହାର କରିଥାଏ ତେବେ ଫ୍ଲସ କରି ସାରିଲା ପରେ ମଧ୍ୟ ଅନ୍ୟକୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଫ୍ଲସ କଲା ମାତ୍ରେ ଦ୍ରୁତ ଗତିରେ ଉପରକୁ ଉଠୁଥିବା ପାଣି ସ୍ରୋତ ଦ୍ୱାରା ମଧ୍ୟ ଭାଇରସ ସମ୍ପୂର୍ଣ୍ଣ ଭାବରେ ଯାଇ ନଥାଏ । ତେଣୁ କୌଣସି ସୁସ୍ଥ ବ୍ୟକ୍ତି ଏହି ଶୌଚାଳୟକୁ ବ୍ୟବହାର କରି ଫ୍ଲସ କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।

india corona new• ବିଶେଷଜ୍ଞଙ୍କ ମତରେ ମଳ ତ୍ୟାଗ ଓ ପରିସ୍ରା ଉଭୟ ମାଧ୍ୟମରେ ସଂକ୍ରମଣର ଆଶଙ୍କା ରହିଥାଏ । ମଳ ତ୍ୟାଗ ଅପେକ୍ଷା ପରିସ୍ରା କରିବା ପରର ଫ୍ଲସ ଦ୍ୱାରା ଉଠୁଥିବା ପାଣିର ଉଚ୍ଚତା ଅଧିକ ହୋଇଥାଏ ।

• ସାର୍ବଜନିକ ଶୌଚାଳୟ ବ୍ୟବହାର କରୁଥିବା ସମୟରେ ମାସ୍କ ପିନ୍ଧିବା ସୁରକ୍ଷିତ । ଏହା ସହିତ ଶୌଚାଳୟର ବ୍ୟବହାର କରି ସାରିବା ପରେ ନିଜ ହାତକୁ ସାବୁନ ସାହଯ୍ୟରେ ସଫା କରନ୍ତୁ କିମ୍ବା ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଘରେ ପହଞ୍ଚି ସାରିଲା ପରେ ସାବୁନ ଲଗାଇ ଓ ମୁଣ୍ଡରେ ଶ୍ୟାମ୍ପୁ ବ୍ୟବହାର କରି ଭଲ ଭାବରେ ଗାଧୋଇ ନିଅନ୍ତୁ ଏବଂ ପିନ୍ଧିଥିବା ଲୁଗାକୁ ଧୋଇବା ପାଇଁ ରଖି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.