ରାସ୍ତା କଡରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାମାଳ (କେନ୍ୟୁଜ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଇପାସ ରାସ୍ତା କଡରୁ ଯୁବକର ମୃତଦେହ ଉଦ୍ଧାର । ମୃତକ ଜଣକଙ୍କର ନାମ ଚିତ୍ତରଞ୍ଜନ ନାଏକ ହୋଇଥିବାବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡାରେ ରହୁଥିବା ଜଣାଯାଇଛି । ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣାପଡିଛି । ମନମୁଣ୍ଡା ବାଇପାସ ରାସ୍ତାକଡର ଏକ ପୋଲ ତଳେ ମୃତ ଅବସ୍ଥାରେ ତାଙ୍କୁ ଠାବ କରାଯାଇଛି । ପୋଲ ଉୋରେ ମଦ ବୋତଲ ଓ ଗ୍ଲାସ ସହ ପାୱାରବେଙ୍କ ରଖାଯାଇଥିବାବେଳେ ତାଙ୍କର ମୋଟରସାଇକେଲ ମଧ୍ୟ ରଖାଯାଇଛି । ଖବର ପାଇ ମନମୁଣ୍ଡା ପୋଲିସ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ନାଁ ମୃତ୍ୟୁର କାରଣ ଅନ୍ୟକିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.