Below header

ଅଧାରୁ କାମ ଛାଡ଼ି ଚମ୍ପଟ ମାରିଲା ଠିକାଦାର, ରାସ୍ତା ପାଲଟିଛି ପୋଖରୀ

ଅଧା କାମ କରି ଠିକାଦାର ମାରିଛି ଚମ୍ପଟ । ହଜାର ହଜାର ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା କଟକ ଜିଲ୍ଲା ସାଲେପୁରରୁ ସାମ୍ନାକୁ ଆସିଛି ।

ଗାଁରୁ ସହରକୁ ଯିବା ପାଇଁ ରାସ୍ତା ନାହିଁ । ବ୍ରିଜ କରିବା ପାଇଁ ରାସ୍ତା ଖୋଳି ଦେଲେ କିନ୍ତୁ ବ୍ରିଜ କାମ ଅଧା ପଡ଼ିଛି । ଲୋକମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖୋଳିଦେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଅଧା କାମ କରି ଠିକାଦାର ମାରିଛି ଚମ୍ପଟ । ହଜାର ହଜାର ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଭଳି ଘଟଣା କଟକ ଜିଲ୍ଲା ସାଲେପୁରରୁ ସାମ୍ନାକୁ ଆସିଛି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା ଶିଶୁଆ ଠାରୁ ମଢ଼ଙ୍ଗା ପର୍ଯ୍ୟନ୍ତ ରାସ୍ତା ହେଉଛି ୧୨ କିଲୋମିଟର । ଏହି ରାସ୍ତାକୁ ୮କୋଟି ୪୦ଲକ୍ଷ ଟଙ୍କାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ଯୋଜନା ହୋଇଥିଲା । ଏହି ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ହେବା ପାଇଁ ଗତ କିଛି ଦିନ ତଳେ ଏହି ଅଞ୍ଚଳର ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରିବାପରେ ଠିକାଦାର ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ l କିନ୍ତୁ ପ୍ରାୟ ୫୦ ଫୁଟ ପର୍ଯ୍ୟନ୍ତ ଖୋଳି ଦେବା ପରେ କାମ ବନ୍ଦ । ଏବେ ରାସ୍ତାରେ ପାଣି ଜମି ପୋଖରୀ ହୋଇଯାଇଛି l ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦-୧୫ଟି ଗାଁର ପ୍ରାୟ ହଜାର ହଜାର ଲୋକଙ୍କୁ ଯିବା ଆସିବାରେ ସମସ୍ୟା ହେଉଛି ।

ଠିକାଦାର ମନମୁଖି କାର୍ଯ୍ୟ ପାଇଁ ସମସ୍ତେ ହଇରାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଦୀର୍ଘ ୭ମାସରୁ ଅଧିକ ଦିନ ହେବ ରାସ୍ତା ଏମିତି ପଡ଼ିରହିଛି l ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି l ଯଦି ଆଗାମୀ ଦିନରେ ରାସ୍ତା କାମ ନହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।

ସ୍ଥାନୀୟ ଲୋକମାନେ ରାସ୍ତା ନିର୍ମାଣ ପାଇଁ ଦାବି କରୁଛନ୍ତି । ଏପଟେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ଲୋକଙ୍କ ଅସୁବିଧା ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ସମସ୍ୟା ବିଷୟରେ ଜଣାଇଥିବା କହିଛନ୍ତି । ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି l ତେବେ ଦେଖିବାକୁ ବାକି ରହିଲା କେଵେ କାମ ଆରମ୍ଭ ହେବ ଓ ଲୋକମାନଙ୍କ ସମସ୍ୟା ଦୂର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.