ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ, ୧୦୦ ପଦକ ହାସଲ କଲା ଭାରତ
ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି ।ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ ଏଥିରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ରହିଛି।

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ। ହାଙ୍ଗଝୌରେ ଇତିହାସ ରଚିଲା ଭାରତ। ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଚାଇନିଜ୍ ତାଇପାଇ ଟିମକୁ ହରାଇ ମହିଳା ଭାରତୀୟ କବାଡି ଦଳ ଶତକୀୟ ପଦକ ଭେଟି ଦେଇଛନ୍ତି। ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ ଏଥିରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ରହିଛି।
AND THAT IS MEDAL #100 FOR 🇮🇳!!!
HISTORY IS MADE AS INDIA GETS ITS 100 MEDAL AT THE ASIAN GAMES 2022!
This is a testament to the power of dreams, dedication, and teamwork of our athletes involved in the achievement of #TEAMINDIA!
Let this achievement inspire generations to… pic.twitter.com/EuBQpvvVQ3
— SAI Media (@Media_SAI) October 7, 2023
ସେହିପରି ତୀରନ୍ଦାଜୀରେ ଭାରତକୁ ୪ଟି ପଦକ ମିଳିଛି । ଓଜାସ ପ୍ରବୀଣ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଓଜାସଙ୍କ ଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପକ୍ଷରେ ତୀପନ୍ଦାଜୀରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସ୍ୱର୍ଣ୍ଣ ଜିତିଛନ୍ତି । ଏଥିରେ ସେ ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି । ସମାନ ବର୍ଗରେ ଅଦିତି ଗୋପୀଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି ।