ପୁଅକୁ ଫେରାଇ ଆଣିବା ପାଇଁ ବାହୁନି ବାହୁନି କାନ୍ଦୁଛି ମା’, ସିକ୍କିମ ବନ୍ୟାରେ ୩ ଛାତ୍ର ନିଖୋଜ

ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । ବାହୁନି ବାହୁନି କାନ୍ଦୁଛି ମା’ । ପୁଅ ଫେରିବ କି ନାହିଁ କହି ହେଉନି । କାରଣ ପୁଅ ସିକ୍କିମ ବୁଲିବାକୁ ଯାଇଥିଲା ତାର ସାଙ୍ଗମାନଙ୍କ ସହିତ କିନ୍ତୁ ବନ୍ୟା ପରେ ତାଙ୍କର ପତ୍ତା ମିଳୁନି ।

କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖୁନି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । ବାହୁନି ବାହୁନି କାନ୍ଦୁଛି ମା’ । ପୁଅ ଫେରିବ କି ନାହିଁ କହି ହେଉନି । କାରଣ ପୁଅ ସିକ୍କିମ ବୁଲିବାକୁ ଯାଇଥିଲା ତାର ସାଙ୍ଗମାନଙ୍କ ସହିତ କିନ୍ତୁ ବନ୍ୟା ପରେ ତାଙ୍କର ପତ୍ତା ମିଳୁନି । ପୁଅକୁ ଯେତେ ଫୋନ କଲେ ମଧ୍ୟ ପୁଅ ଆଉ ଫୋନ ଉଠାଉନି । ପୁଅର ନିଖୋଜ ହେବା ନେଇ ପରିବାର ଲୋକେ ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ।

ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି । ସାଙ୍ଗ ହୋଇ ୭ ଜଣ ବନ୍ଧୁ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହି ସାତ ଜଣଙ୍କ ମଧ୍ୟରୁ ଢେଙ୍କାନାଳର ୩ଜଣ, ଚୌଦ୍ବାର ଓ ଭୁବନେଶ୍ବରରୁ ୨ ଜଣେ ଲେଖାଏଁ ଛାତ୍ର ଅଛନ୍ତି । ଏମାନେ ସମସ୍ତେ ଇଂଜିନିୟରିଂ ଛାତ୍ର । ଢେଙ୍କାନାଳର ସଦର ଥାନା ସିମିନଇ ଗାଁରେ ଚନ୍ଦ୍ରଶେଖର ସିଂଙ୍କ ତାଙ୍କର ଅନ୍ୟ ୬ ଜଣ ସାଙ୍ଗଙ୍କ ସହ ମିଶି ସିକ୍କିମ ବୁଲିବାକୁ ଯାଇଥିବା ବେଳେ ବନ୍ୟା ପରେ ଏବେ ତାଙ୍କର ପତ୍ତା ମିଳୁନାହିଁ।

ଗତ ୨ ତାରିଖ ରାତି ୯ଟାରେ ଶେଷ ଥର ଚନ୍ଦ୍ରଶେଖରଙ୍କ ସହ ଶେଷ ଥର କଥା ହୋଇଥିଲେ ପରିବାର ଲୋକ । ଏହାପରେ ପୁଅ କିମ୍ବା ତାଙ୍କର ସାଙ୍ଗମାନଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇ ପାରୁନଥିବାରୁ ପରିବାର ଲୋକେ ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି । ପୁଅକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେହିପରି ପ୍ରଳୟଙ୍କରୀ ବନ୍ୟା ପରେ ଗ୍ୟାଙ୍ଗଟକରେ ୩ ଜଣ ସାଙ୍ଗ ଫସିଥିବା ସୂଚନା ମିଳିଛି । ନିଖୋଜ ଚନ୍ଦ୍ର ଶେଖର ଜଣେ ଇଞ୍ଜିନିୟରିଂ ପାସଆଉଟ ଛାତ୍ର । ସେ ସାଙ୍ଗମାନଙ୍କ ସହ ଯୋଜନା କରିଥିଲେ ସିକ୍କିମ ଯିବେ । ନପରେ ଯାଇଥିଲେ ମଧ୍ୟ କିନ୍ତୁ କିଏ ଜାଣିଥିଲା ସେମାନଙ୍କ ସହ ଏମିତି ହେବ । ସେମାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ପୁଅକୁ ଖୋଜି ଆଣିବା ପାଇଁ ଗୁହାରୀ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଯୋଗାଯୋଗ କରି ପିଲାମାନଙ୍କ ସମ୍ପର୍କରେ ପରିବା ସଦସ୍ୟମାନଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଆଜି ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବ । ଡେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ ତାଙ୍କର ଶେଷକୃତ୍ୟ ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯିବ । ସୂଚନା ଥାଉ କି ସିକିମର ପ୍ରଳୟଙ୍କରୀ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ପୁଅ ହାବିଲଦାର ସରୋଜ ଦାସ ।

ଏହି ଭୟଙ୍କର ବନ୍ୟା କାହା କୋଳ ଶୂନ୍ୟ କରିଛି ତ କାହା ମଥାର ସିନ୍ଦୂର ଛଡ଼ାଇ ନେଇଛି । ଏହି ବନ୍ୟାରେ ଏବେ ବି ନିଖୋଜ ଅଛନ୍ତି ଅନେକ । ଆଉ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.