ସାତଭାୟା ବିସ୍ଥାପିତଙ୍କ ପାଇଁ ୨୨ କୋଟିର ବଡ଼ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଶେଷ ହେଲା କେନ୍ଦ୍ରାପଡା ଜ୍ବାଇଁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତ ।ଦ୍ୱିତୀୟ ଦିନରେ ଆଳି ଓ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି ଫାଇଭ ଟି ସଚିବ। ସାତଭାୟା ବିସ୍ଥାପିତଙ୍କ ପାଇଁ ୨୨ କୋଟିର ବଡ଼ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଗସ୍ତରେ ଫାଇଭ ଟି ସଚିବ ଏସଏଚଜି ଗୋଷ୍ଠୀ, ମିଶନ ଶକ୍ତି ଗୋଷ୍ଠୀଙ୍କ ସମେତ ଛାତ୍ର ଛାତ୍ରୀଙ୍କୁ ଭେଟିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତ ସାରିଛନ୍ତି। ସାତଭାୟାର ବିସ୍ଥାପିତଙ୍କ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ୨୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବେ ବୋଲି ବଗପାଟିଆରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ ଟି ସଚିବ। ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବ ଏହାର ତଦାରଖ କରିଛନ୍ତି।

୧୯୭୧ ମସିହାରେ ବାତ୍ୟା ପରେ ସାତଭାୟାରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ। ଏହି ଲୋକଙ୍କ ପାଇଁ ହୋଇଥିବା ବିସ୍ଥାପିତ କଲୋନୀକୁ ଆଦର୍ଶ କଲୋନୀରେ ପରିଣତ କରାଯିବ ବୋଲି ଫାଇଭ ଟି ସଚିବ କହିଛନ୍ତି। ଏହି ବିସ୍ଥାପିତ କଲୋନୀରେ ୫୭୧ ପରିବାରକୁ ଥଇଥାନ କରାଯାଇଥିବା ବେଳେ ଆଉ ୨୮୮ ଟି ପରିବାରକୁ ଥଇଥାନ କରାଯିବାର ରହିଛି। ଫାଇଭ ଟି ସଚିବ ରାଜନଗର ଗସ୍ତ ସାରି ଫେରିବା ପରେ କହିଛନ୍ତି ରାଜନଗର ବିଧାୟକ ଧ୍ରୁଵ ସାହୁ।

ଦ୍ୱିତୀୟ ଦିନରେ ଆଳି ମେଡ଼ିକାଲ, ରାଜକନିକା ମେଡ଼ିକାଲ, ତରାସ ହାଇସ୍କୁଲ, ଧାନଦିଆ ମିଶନଶକ୍ତି ର ଦୁଗ୍ଧ ଉତ୍ପାଦନ କେନ୍ଦ୍ର , କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର, ବାୟାବାବା ଙ୍କ ଜନ୍ମପିଠ କେରଡ଼ାଗଡ଼ , ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ ରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ରାଜନଗର ରେ ଥିବା ମିଶନଶକ୍ତି କାଫେ ରେ ମଧ୍ୟାହ୍ନ ଭୋଜନ କରିଥିଲେ। ସାତଭାୟା ର ଉର୍ନତି ପାଇଁ ୨୨ କୋଟି ସହିତ ପଞ୍ଚୁବରାହୀ ମନ୍ଦିର ଉର୍ନତି, ପର୍ଯ୍ୟଟକ ମାନଙ୍କ ପାଇଁ ପାନ୍ଥନିବାସ ଓ କପଡା ଗାରମେଣ୍ଟ ଆଦି ସ୍ଥାପନ କରାଯିବାର ପ୍ରତିଶୃତି ଦେଇଛନ୍ତି ଫାଇଭ ଟି ସଚିବ। ଶେଷରେ କେନ୍ଦ୍ରାପଡା ସଂସ୍କୃତି ଭବନରେ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କୁ ଫାଇଭ ଟି ସଚିବ ଭେଟିବା ସହିତ ଜିଲ୍ଲାର ଜିଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଭେଟିଥିଲେ ।