ବିଜେବି କଲେଜ ଛାତ୍ରଙ୍କୁ ହାଣିବା ଘଟଣା: ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଲା ବଡଗଡ଼ ଥାନା

ଚଢ଼ାଉ ବେଳେ ମାରଣାସ୍ତ୍ର ସହ ଗୋଟିଏ ପଲସର ବାଇକ ଜବତ ହୋଇଛି।  ଅଭିଯୁକ୍ତଙ୍କ ଠାରୁ ଅପରାଧର ସତ ଓଗାଳିବା ପରେ କୋର୍ଟରେ ହାଜର କରାଯିବ। କ୍ୟାପିଟାଲ ଥାନା ପୋଲିସ ସହାୟତରେ କେଦାରପଲ୍ଲୀ ଓ ମଇଁଷିଖାଲ ବସ୍ତିରେ ଚଢ଼ାଉ।

ଭୁବନେଶ୍ବର(କେନ୍ୟୁଜ୍): ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ଗୋଡେଇ ଗୋଡେଇ ହାଣିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡ ରେ ନେଲା ବଡଗଡ଼ ଥାନା। ଦିପୁ ପ୍ରଧାନ ଓ ଭିକି ନାୟକଙ୍କୁ ରିମାଣ୍ଡରେ ନେଲା ପୋଲିସ। ଚଢ଼ାଉ ବେଳେ ମାରଣାସ୍ତ୍ର ସହ ଗୋଟିଏ ପଲସର ବାଇକ ଜବତ ହୋଇଛି।  ଅଭିଯୁକ୍ତଙ୍କ ଠାରୁ ଅପରାଧର ସତ ଓଗାଳିବା ପରେ କୋର୍ଟରେ ହାଜର କରାଯିବ। କ୍ୟାପିଟାଲ ଥାନା ପୋଲିସ ସହାୟତରେ କେଦାରପଲ୍ଲୀ ଓ ମଇଁଷିଖାଲ ବସ୍ତିରେ ଚଢ଼ାଉ। ଆଜି ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଥିଲା ବଡଗଡ଼ ପୋଲିସ।

ଅଭିଯୁକ୍ତ ଜଣଙ୍କ ହେଲେ ମହେଶ୍ବର ସାହୁ, ବୟସ ୨୦। ପୋଲିସ ତା ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା । ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୯ ରେ ପହଁଚିଲା। ପୂର୍ବରୁ ଅଭିଯୁକ୍ତର ଘରକୁ ମଧ୍ୟ ଭାଙ୍ଗିଥିଲା ପୋଲିସ। ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବାକୁ କ୍ୟାମ୍ପସରେ ପୋଷ୍ଟର ଲାଗାଇଥିଲେ କର୍ତ୍ତୃପକ୍ଷ। କଲେଜ କର୍ତ୍ତୃପକ୍ଷ ଓ ପୋଲିସର ମିଳିତ ଉଦ୍ୟମରେ ନିଆଯାଇଛି ପଦକ୍ଷେପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.