Below header

ଆସନ୍ତାକାଲି ଦିନ ୧୦ଟା ଠାରୁ ବାବା ଧବଳେଶ୍ୱର ସାଧାରଣ ଦର୍ଶନ

ଆଠଗଡ଼(କେନ୍ୟୁଜ୍‌) : ଆସନ୍ତାକାଲି ଦିନ ୧୦ଟା ଠାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ଆରମ୍ଭ ହେବ । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଧବଳେଶ୍ଵର ଅସ୍ଥାୟୀ ରାସ୍ତା । ଧବଳେଶ୍ଵରଙ୍କ ପୀଠ କୁ ଯାଇ ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ଓ ଭକ୍ତ । କଟକଣା ଆଉ ରହିବ ନାହିଁ ।

ଗୁଜୁରାଟର ମୋର୍ବୀ ଝୁଲା ପୋଲ ଦୁର୍ଘଟଣା ପରେ ଦୀର୍ଘ ଦୁଇ ମାସ ଧରି ବନ୍ଦ ଥିଲା ଧବଳେଶ୍ଵର ଝୁଲା ପୋଲ । ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ହେବ ବୋଲି ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍‌ାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.