ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି, ଏସୀୟ ସିଂହି ରିୱା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର(କେନ୍ୟୁଜ୍‌) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି, ଏସୀୟ ସିଂହି ରିୱା ପ୍ରଥମ ଗର୍ଭରୁ ୩ ଶାବକକୁ ଜନ୍ମ ଦେଇଛି । ତେବେ ୨ଟି ସୁସ୍ଥ ଥିବାବେଳେ ଅନ୍ୟ ଶାବକ ଜନ୍ମ ହେବା ପରେ କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା ।

ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ଅନୁଧ୍ୟାନରେ ରଖିଥିଲେ । ତେବେ ସିଂହି ରିୱା ପ୍ରଥମ ଥର ଶାବକ ଜନ୍ମ ଦେଇଥିବାରୁ ତା ଛୁଆଙ୍କୁ କ୍ଷୀର ନଦେବା ସହିତ ଲାଳନ ପାଳନ ନ କରିବାରୁ ନନ୍ଦନ କାନନ କର୍ତ୍ତୃପକ୍ଷ ମା’ଠାରୁ ଛୁଆକୁ ଅଲଗା କରି, ପଶୁ ପାଳନ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.