Below header

ମିଠା ଦୋକାନୀରୁ ଜଲେବି ବାବା, ୧୨୦ ମହିଳାଙ୍କ ସହ କରିଛନ୍ତି ସେକ୍ସ, ଏବେ ଜେଲ ହାଜତରେ

କେନ୍ୟୁଜ୍‌(ବ୍ୟୁରୋ): ବାବା ବେଶରେ କରିଛନ୍ତି ଜଘନ୍ୟ କାଣ୍ଡ । ୧୨୦ ମହିଳାଙ୍କୁ କରିଥିଲେ ଦୁଷ୍କର୍ମ । ସବୁ ଦୁଷ୍କର୍ମର ଭିଡିଓ ରେକର୍ଡିଂ ରହିଥିଲା ବାବାଙ୍କ ପାଖରେ । ଦୁଷ୍କର୍ମକାରୀ ଜଲେବି ବାବା ଓରଫ ଅମରପୁରୀ ଓରଫ ବିଲ୍ଲୁଙ୍କ ଖେଳ ଶେଷ ହୋଇଛି । ବାବାଙ୍କୁ ହୋଇଛି ୧୪ ବର୍ଷ ଜେଲଦଣ୍ଡାଦେଶ । ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ପକ୍‌ସୋ ଆଇନ ୬ ଅନୁସାରେ ତାଙ୍କୁ ୧୪ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ସେହିପରି ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଆଇପିସିର ଧାରା ୩୭୬-C ଅନୁସାରେ ୭ ବର୍ଷ ଏବଂ ଆଇଟି ଆକ୍ଟ ୬୭ A ଅନୁସାରେ ୫ବର୍ଷ ଜେଲ ଦଣ୍ଡ ହୋଇଛି । ଗତ ଡିସେମ୍ବର ୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଲେବି ବାବା । ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ହରିଆଣା ଫତେବାଦ କୋର୍ଟ ।

ଗୈରିକ ପୋଷାକ ତଳେ ଜଘନ୍ୟ ଖେଳରେ ମାତିଥିଲେ ଜଲେବି ବାବା । ୨୦୧୮ରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ହରିଆଣା ଫତେବାଦ ତୋହାନା ସହରରୁ ଗିରଫ କରିଥିଲା ପୋଲିସ । ତାଙ୍କ ଠାରୁ ୧୨୦ଟି ସେକ୍ସ ଭିଡିଓ ଜବତ ହୋଇଥିଲା । ସବୁ ସେକ୍ସ ଭିଡିଓ ତାଙ୍କ ମୋବାଇଲ ଫୋନରେ ଥିଲା। ତନ୍ତ୍ରମନ୍ତ୍ର ନାଁରେ ଭୟଙ୍କର ଦୁଷ୍କର୍ମକାଣ୍ଡରେ ମାତିଥିଲେ ଜଲେବି ବାବା । ତୋହାନାର ବାଲକନାଥ ମନ୍ଦିରରେ ନିଜ କଳାକାରନାମାର ସାମ୍ରାଜ୍ୟ ବିସ୍ତାର କରିଥିଲେ । ନିଜର ସମସ୍ୟା ନେଇ ଆସୁଥିବା ମହିଳାଙ୍କୁ ନିଶା ଦେଇ ବୋହସ କରି ଦୁଷ୍କର୍ମ କରୁଥିଲେ। ଦୁଷ୍କର୍ମ ବେଳର ଭିଡିଓ ମୋବାଇଲରେ ରେକର୍ଡିଂ କରୁଥିଲେ । କେବଳ ଏତିକିରେ ସରୁନଥିଲା ବାବାଙ୍କ କଳା କାରନାମା । ସଂପୃକ୍ତ ମହିଳାଙ୍କୁ ବ୍ଲାକ୍‌ମେଲ କରି ତାଙ୍କ ଠାରୁ ଟଙ୍କା ବି ଆଦାୟ କରୁଥିଲେ । ପୋଲିସ ଯାଂଚ କରିବା ପରେ ଜାଣିଥିଲା ସବୁ ଭିଡିଓର ଦୁଷ୍କର୍ମକାରୀ ଜଣେ। ଜଲେବି ବାବା। ତେବେ ତନ୍ତ୍ର ସାଧକର ଖୋଳପା ପିନ୍ଧିବା ପୂର୍ବରୁ ମିଠା ଦୋକାନ କରିଥିଲେ ଜଲେବି ବାବା । ପୂର୍ବରୁ ଆଶାରାମ ବାପୁ, ରାମରହିମଙ୍କ ଭଳି ବହୁ ଛଦ୍ମବେଶୀ ବାବା ଜେଲରେ ଥିବା ବେଳେ ଏବେ ଜଲେବି ବାବା ଏହି ଧାରାରେ ଛନ୍ଦି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.