Below header

ପୁରୀ: ଆସନ୍ତାକାଲିଠୁ ମେଘନାଦ ଚାରିପାଖରୁ ଉଚ୍ଛେଦ, ବଡ଼ଛତା ଓ ଛାଉଣୀ ମଠକୁ ବାଦ୍‌ ଦେଇ ଅନ୍ୟ ସବୁ ଭଙ୍ଗାଯିବ

ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ବେଆଇନ କୋଠା ଭଙ୍ଗାଯିବ । ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଉନ୍ମୁକ୍ତ ରଖିବା ପାଇଁ ଶହଶହ ବର୍ଷ ଧରି ଥିବା ନିର୍ମାଣ ଗୁଡ଼ିକ ହଟାଇ ଦିଆଯିବ । କେବଳ ଶ୍ରୀମନ୍ଦିର ନୀତିସହ ସଂପୃକ୍ତ ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ବଡ଼ଛତା ଓ ଛାଉଣୀ ମଠକୁ ଛାଡ଼ି ଅନ୍ୟ ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ । ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି, କ୍ଲୋକରୁମ, ଜୋତାଷ୍ଟାଣ୍ଡ, ଶୌଚାଳୟ, ସେସୁ ଅଫିସ ପ୍ରଭୁତି ସରକାରୀ ଓ ବେସରକାରୀ ଅବରୋଧ ଗୁଡ଼ିକୁ ହଟାଇଦିଆଯିବ । ସେଥିପାଇଁ ଆଜିଠାରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଥିବା ଅସ୍ଥାୟୀ ପୋଲିସ ଫାଣ୍ଡି ଓ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି । ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଏଗୁଡ଼ିକ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.