ମଣିଷ ଶରୀରରେ ମଧ୍ୟ ଲାଗିପାରିବ ‘ଘୁଷୁରୀ ହୃତ୍‌ପିଣ୍ଡ’, ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ

ବ୍ରିଟେନର ଜଣେ ଖ୍ୟାତନାମା ଡାକ୍ତର ଦାବି କରିଛନ୍ତି ଯେ ମାତ୍ର ୩ ବର୍ଷ ମଧ୍ୟରେ ଘୁଷୁରୀର ହୃତ୍‌ପିଣ୍ଡ ମଣିଷ ଶରୀରରେ ପ୍ରତ୍ୟାରୋପଣ କରିବା ସମ୍ଭବ ହୋଇପାରିବ। ଡାକ୍ତର ସର୍‌ ଟେରେନ୍ସ ଇଂଲିଶଙ୍କ କହିବାନୁଯାୟୀ, ଘୁଷୁରୀର ହୃତପିଣ୍ଡ ପୂର୍ବରୁ ପ୍ରଥମେ ତା’ର କିଡ୍‌ନୀ ମଣିଷଠାରେ ଟ୍ରାନ୍ସପ୍ଲାଣ୍ଟ କରାଯିବ। ସେ ୪୦ ବର୍ଷ ପୂର୍ବରୁ ହୃତପିଣ୍ଡର ସଫଳ ପ୍ରତ୍ୟାରୋପଣ ପାଇଁ ବେଶ୍‌ ନାଁ କମାଇଛନ୍ତି।

pic 10982982 081819025009

ଏହାସହ ପଢ଼ନ୍ତୁ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଏହି ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଡାକ୍ତର ଟେରେନ୍ସ କହିଛନ୍ତି ଯେ ତାଙ୍କର ଜଣେ ସହଯୋଗୀ ଡାକ୍ତର ଚଳିତ ବର୍ଷର ଶେଷ ଆଡ଼କୁ ଘୁଷୁରୀର କିଡ୍‌ନୀ ମଣିଷ ଶରୀରରେ ପ୍ରତ୍ୟାରୋପଣ କରିବାକୁ ଚେଷ୍ଟା କରିବେ। ଆମେ ଏଠାରେ କହି ରଖୁଛୁ କି, ସାରା ବିଶ୍ୱରେ ଏବେ ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ବଢ଼ି ଯାଇଛି। କେବଳ ବ୍ରିଟେନରେ ୨୮୦ଜଣ ଲୋକ ବର୍ତ୍ତମାନ ହୃତପିଣ୍ଡ ପ୍ରତ୍ୟାରୋପଣ କରିବାକୁ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ପ୍ରାଣୀମାନଙ୍କ ଅଙ୍ଗ ମଣିଷ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯିବାର ଯୋଜନା ଆସିଥିଲା। ଜାପାନ ସରକାର ଏହି ପ୍ରୟୋଗକୁ ମଞ୍ଜୁରି ଦେଇଥିଲେ, ଯଦ୍ଦ୍ଵାରା ମଣିଷ ଏବଂ ପ୍ରାଣୀମାନଙ୍କ ହାଇବ୍ରିଡ୍‌ ଅଙ୍ଗ ବିକଶିତ କରାଯାଇପାରିବ।

PIG3

ଘୁଷୁରୀର ଅଙ୍ଗ ମଣିଷ ପାଇଁ ଉପଯୁକ୍ତ ବୋଲି ଧରାଯାଉଛି, କାରଣ, ଏହାର ଆକାର ମଣିଷ ଅଙ୍ଗ ଭଳି ହୋଇଥାଏ। ପଶୁଙ୍କ ଅଙ୍ଗକୁ ମଣିଷ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବାକୁ ‘ଜେନୋଟ୍ରାନ୍ସପ୍ଲାଣ୍ଟେଶନ’ ବୋଲି କୁହାଯାଏ। ତେବେ ଡାକ୍ତର ଟେରେନ୍ସଙ୍କ କହିବାନୁଯାୟୀ, ପଶୁଙ୍କ ଅଧିକାର ଉପରେ କାମ କରୁଥିବା ଲୋକେ ଏହାକୁ ବିରୋଧ କରିପାରନ୍ତି। କିନ୍ତୁ ଏହା କ’ଣ ଭଲ ହେବନାହିଁ, ଯଦ୍ଦ୍ଵାରା ମଣିଷ ଜୀବନକୁ ରକ୍ଷା କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.