Below header

ମାଓବାଦୀଙ୍କ ପୁଣି ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

କନ୍ଧମାଳ ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ଘରୁ ଡାକି ନେଲେ । ଗୁଳି କରି ହତ୍ୟା ମାରିଦେଲେ ମାଓବାଦୀ । ମୃତକ ହେଲେ ଫିରିଙ୍ଗିଆ ଥାନା ସାଉଲପଡ଼ା ଗାଁର ସୁବଳ କହଁର ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ଘରୁ ଡାକି ନେଲେ । ଗୁଳି କରି ହତ୍ୟା ମାରିଦେଲେ ମାଓବାଦୀ । ମୃତକ ହେଲେ ଫିରିଙ୍ଗିଆ ଥାନା ସାଉଲପଡ଼ା ଗାଁର ସୁବଳ କହଁର ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ KKBN ସଙ୍ଗଠନର ୧୦ ଜଣ ସଶସ୍ତ୍ର ମାଓବାଦୀ ସୁବଳଙ୍କ ଘରକୁ ଆସିଥିଲେ । ବାହାରକୁ ଡାକି ନେବା ପରେ କିଛି ଦୂରରେ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଗାଁଲୋକ ଗୁଳି ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ସୁବଳ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ପୂର୍ବରୁ ସେ ନକ୍ସଲଙ୍କ ଟାର୍ଗେଟରେ ଥିଲେ। ସରପଞ୍ଚଙ୍କୁ ହତ୍ୟା ପରେ ଗାଁରେ ଏବେ ଭୟର ବାତାବରଣ । ପୋଲିସ ଗୁଳିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ହୋଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଥିଲା ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.