Below header

ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା : ପୂର୍ବରୁ ୨୦ ଥିଲେ, ଏବେ ୩୦ରୁ ଅଧିକ ଅଛନ୍ତି

ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା । ପୂର୍ବରୁ ୨୦ ଥିଲେ, ଏବେ ୩୦ରୁ ଅଧିକ ବାଘ ଅଛନ୍ତି । ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ । ୨୦୨୧-୨୨ ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ୨୦ଟି ବାଘ ଥିବା ଜଣାପଡିଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା । ପୂର୍ବରୁ ୨୦ ଥିଲେ, ଏବେ ୩୦ରୁ ଅଧିକ ବାଘ ଅଛନ୍ତି । ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ । ୨୦୨୧-୨୨ ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ୨୦ଟି ବାଘ ଥିବା ଜଣାପଡିଥିଲା । ଏହାକୁ ନେଇ ବିଶେଷଜ୍ଞ କେନ୍ଦ୍ରର ରିପୋର୍ଟ ଉପରେ ପ୍ରଶ୍ନ କରିଥିଲେ ।

ଏହାପରେ ରାଜ୍ୟ ସରକାର ନିଜସ୍ବ ବ୍ୟାଘ୍ର ଗଣନା ନଭେମ୍ବର ଓ ଡିସେମ୍ବରରେ କରିଥିଲେ । ଓଡିଶା ରେ ୩୦ରୁ ଅଧିକ ବାଘ ଅଛନ୍ତି । ଶିମିଳିପାଳ, ଦେବ୍ରିଗଡ, ହଦଗଡ଼, କେଉଁଝର ଅଞ୍ଚଳର ବାଘ ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳକୁ ନେଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡ ସ୍କେପ ଯୋଜନା ରହିଛି । ଶିମିଳିପାଳ ବାହାର ଅଞ୍ଚଳରେ କଳା ବାଘ ସଫାରୀ ହେବ । ବାଘ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିପାଇଁ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.