ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆଜି ଅପରାହ୍ନରେ ତିନି ପ୍ରାର୍ଥୀଙ୍କୁ ଦିଆଯିବ ରାଜ୍ୟସଭା ସାର୍ଟିଫିକେଟ। ଓଡିଶାରେ ତିନି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ।
![rajya sabha](https://knewsodisha.com/wp-content/uploads/2024/02/rajya-sabha.jpg)
ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆଜି ଅପରାହ୍ନରେ ତିନି ପ୍ରାର୍ଥୀଙ୍କୁ ଦିଆଯିବ ରାଜ୍ୟସଭା ସାର୍ଟିଫିକେଟ। ଓଡିଶାରେ ତିନି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ୩ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ବିଜେଡିରୁ ଦେବାଶିଷ ସାମନ୍ତରାୟ,ଶୁଭାଶିଷ ଖୁଣ୍ଟିଆ ଏବଂ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି । ତିନିରୁ ଅଧିକ ପ୍ରାର୍ଥୀ ନାମାଙ୍କନ କରିନଥିବାରୁ ଆଉ ନିର୍ବାଚନର ଆବଶ୍ୟକତା ନାହିଁ । ତେଣୁ ତିନି ପ୍ରାର୍ଥୀ ରାଜ୍ୟସଭାକୁ ର୍ନିଦ୍ଵନ୍ଦରେ ନିର୍ବାଚିତ ହେବେ ।