ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଝିଅ ଜ୍ୱାଇଁ ଗୁରୁତର, ସମୁଦୁଣି ମୃତ

ଘରୋଇ କଳିରୁ ହତ୍ୟାକାଣ୍ଡ । ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁ ରାକେଶ ବିଶ୍ୱାଳଙ୍କ ମାଆ ମୃତ । ରାକେଶ ଓ ବୋହୂ ଟିକିନା ଗୁରୁତର ଆହତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଓଗରପୂର ଠାରେ ଘରୋଇ କଳିକୁ ନେଇ ବିଳମ୍ୱିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ଖବା ମିଳିଛି ।

ଜଗତସିଂହପୁର(କେନ୍ୟୁଜ) : ଘରୋଇ କଳିରୁ ହତ୍ୟାକାଣ୍ଡ । ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁ ରାକେଶ ବିଶ୍ୱାଳଙ୍କ ମାଆ ମୃତ । ରାକେଶ ଓ ବୋହୂ ଟିକିନା ଗୁରୁତର ଆହତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଓଗରପୂର ଠାରେ ଘରୋଇ କଳିକୁ ନେଇ ବିଳମ୍ୱିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ଖବା ମିଳିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ରାକେଶ ଓ ଟିକିନା କିଛି ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ରାକେଶଙ୍କ ଘର ଓଗରପୁର୍ ହୋଇଥିବା ବେଳେ ଟିକିନାଙ୍କ ଘର୍ ଇଚ୍ଛାପୁରରେ । ପ୍ରେମ ବିବାହକୁ ଟିକିନାଙ୍କ ଘର ଲୋକମାନେ ବିରୋଧ କରି ଆସୁଥିଲେ । ଏଥିପାଇଁ ଦୁହେଁ ବାହାରେ ଯାଇ ରହୁଥିଲେ । ଏବେ ଓଗରପୁର ଘରକୁ ଆସିବା ପରେ ଟିକିନାଙ୍କ ଭାଇ ଓ ସହଯୋଗୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାଲିକୁଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.