ମାଘରେ ଡରାଇଲାଣି ତାତି: ଦିନରେ ଅଧିକାଂଶ ସ୍ଥାନରେ ୩୬ ଡିଗ୍ରୀ ପାର୍
ମାଘରେ ଡରାଇଲାଣି ତାତି । ଦିନରେ ଅସମ୍ଭାଳ ହେଲାଣି ଖରା । ଦିନ ତାପମାତ୍ରା ଆହୁରି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ପାର କରିଛି । ଗତକାଲି ଟିଟିଲାଗଡ଼ ଏବଂ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଭୁବନେଶ୍ୱର (କେନ୍ୟୁଜ୍) : ମାଘରେ ଡରାଇଲାଣି ତାତି । ଦିନରେ ଅସମ୍ଭାଳ ହେଲାଣି ଖରା । ଦିନ ତାପମାତ୍ରା ଆହୁରି ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ପାର୍ କରିଛି । ଗତକାଲି ଟିଟିଲାଗଡ଼ ଏବଂ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବଲାଙ୍ଗିରରେ ୩୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୫.୪ ଏବଂ ବୌଦ୍ଧରେ ୩୫.୫ ଡିଗ୍ରୀ ତାପମାତ୍ରା ରହିଛି ।
ସେପଟେ ଆଗକୁ ରାତି ତାପମାତ୍ରା ଆହୁରି ବଢିବ । ଚଳିତ ମାସ ଶେଷ ସୁଦ୍ଧା ୪୦ ଡିଗ୍ରୀ ଛୁଇଁପାରେ ପାରଦ। ୩ ଦିନ ପାଗ ଶୁଖିଲା ରହିବ । ମଝିରେ ମଝିରେ ଆକାଶ ମେଘୁଆ ରହିପାରେ । ଓଡ଼ିଶା ଉପକୂଳ ବଙ୍ଗୋପସାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି ।
ଏଥିପାଇଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ୨୨ରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।